ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତା ଗୁଡା ରିଜର୍ଭ ପୋଲିସ ପଡିଆ ଠାରେ 67 ତମ ପୋଲିସ ଶହୀଦ ସ୍ମୃତି ଦିବସ 2026 ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧିକ୍ଷକ ପ୍ରହ୍ଲଲାଦ ସହାଇ ମିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ଶହୀଦ ସ୍ମୃତି ଦିବସ ଉପରେ ନିଜର ଅଭିଭାଷଣ ପ୍ରଦାନ କରି ଥିଲେ।ପରେ ଶହୀଦ ହୋଇ ଥିବା ପୋଲିସ କର୍ମଚାରୀଙ୍କ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟାର୍ପଣ କରିଥିଲେ।ପରେ ଶହୀଦ ପରିବାରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇ ଥିଲା।ଜିଲ୍ଲାର ସୁରକ୍ଷା, ସମାଜରେ ଶାନ୍ତି ରକ୍ଷା ଓ ଜନ ସେବା କ୍ଷେତ୍ରରେ ଗଜପତି ଜିଲ୍ଲା ପୋଲିସର ଦକ୍ଷତା ଉପରେ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ।ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାଧବାନନ୍ଦ ନାୟକ,ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି,ପ୍ୟାରେଡ଼ କମାଣ୍ଡର RI ଅଭିରାମ ଖଟୁଆ,ସେକେଣ୍ଡ କମାଣ୍ଡର ଖୁସି ରାମ ଭୋଇ, ଦୁଇ ପ୍ଲାଟୁନ ପୋଲିସ ପ୍ୟାରେଡ଼ କରିଥିଲେ।ପୋଲିସ କନ୍ଦର୍ପ ପାତ୍ର ଓ ବହୁ ପୋଲିସ କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ
୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ୨୦୨୬ ପାଳିତ













Leave a Reply