ମଦ ହଟାଇବା ପାଇଁ ଅଣ୍ଟା ଭିଡିଲେ ମହିଳା

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ନୂଆଗାଁରେ ମଦ ବିରୋଧୀ ନାରା, ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତରେ ମଦ ବିରୋଧୀ ନାରା ଦେଲେ ଶତାଧିକ ମହିଳା। ମଦମୁକ୍ତ ସମାଜ ଗଠନ ଏବଂ ମଦ ଯୋଗୁଁ ପରିବାର ଉପରେ ପଡ଼ୁଥିବା କୁପ୍ରଭାବକୁ ରୋକିବା ଦାବିରେ ମହିଳାମାନେ ଏକାଠି ହୋଇ ମଦ ବିରୋଧୀ ସ୍ୱର ଉଠାଇଛନ୍ତି।
ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ମଦ ବିରୋଧୀ ସ୍ଲୋଗାନ ଦେବା ସହ ଅଞ୍ଚଳରେ ମଦର ପ୍ରଚଳନକୁ ରୋକିବା ପାଇଁ ମହିଳାମାନେ ନିଜର ଦାବି ଜଣାଇଛନ୍ତି। ମଦ୍ୟପାନ ଯୋଗୁଁ ପରିବାରରେ ଆର୍ଥିକ ଓ ସାମାଜିକ ସମସ୍ୟା ସୃଷ୍ଟି ହେଉଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି।
ଏହି ମଦ ବିରୋଧୀ ଅଭିଯାନ ମାଧ୍ୟମରେ ମହିଳାମାନେ ସମାଜରେ ସଚେତନତା ସୃଷ୍ଟି କରିବା ସହ ମଦମୁକ୍ତ ପରିବେଶ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି।
ତେବେ ମହିଳାମାନଙ୍କର ଏହି ଦାବି ଉପରେ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *