ଧାନ ବାହାରିବା ସମୟରେ ଗଜପତିରେ ବର୍ଷା ଗାଏବ- ଜମି ଫାଟି ଆଁ କଲାଣି , ଚିନ୍ତାରେ ଚାଷୀ

ଗଜପତି : ବର୍ତ୍ତମାନ ଧାନ ଗଛର ଗର୍ଭରେ ରହିଛି ଧାନ, ଆଉ କିଛି ଦିନ ପରେ ଧାନ ସୀସା ଛାଡିବ ଓ ଫୁଲ ଉଡିବ ଏହି ସମୟରେ ଗଜପତି ଜିଲ୍ଲାରେ ବର୍ଷା ନ ହେବାରୁ ଚାଷୀ ଚିନ୍ତାରେ ରହୁଛି।ଏହି ସମୟରେ ବର୍ଷା ଆବଶ୍ୟକ ରହିଛି।ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ବର୍ଷାର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଗଜପତି ଜିଲ୍ଲାରେ ବର୍ଷା ନହେବାରୁ ଅନେକ ଚାଷଜମି ଶୁଖିବା ସହ ମାଟି ଫାଟି ଆଁ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ଫେରିପାଇବେ କି ନାହିଁ, ସେହି ଚିନ୍ତାରେ ଏବେ ଚାଷୀକୁଳ ରହିଛନ୍ତି। ଏଭଳି ଚିତ୍ର ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି।ଚାଷୀଙ୍କ ମୁହଁରେ ହସ, ବଦଳରେ ଏବେ ଦେଖା ଦେଇଛି ଚିନ୍ତାର ଛାୟା। ଦିନରାତି ପରିଶ୍ରମ କରି ଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ବର୍ଷାର ଅଭାବ ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇଛି। ଜମିରେ ଆବଶ୍ୟକ ଆର୍ଦ୍ରତା ନଥିବାରୁ ଧାନ ଗଛର ବୃଦ୍ଧି ଓ ଅମଳ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।
ଚାଷୀମାନେ ଧାରକରଜ କରି ବିହନ, ସାର ଓ ଔଷଧ କିଣିବା ସହ ଚାଷରେ ଅର୍ଥ ଖର୍ଚ୍ଚ କରିଛନ୍ତି। ଏଭଳି ସମୟରେ ବର୍ଷାର ଅଭାବ ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରିବାର ଭୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *