ନଦୀରେ ବୁଡି ଦୁଇଯୁବକ ନିଖୋଜ ଥିବା ବେଳେ,ଜଣେ ମୃତ ଅବସ୍ଥାରେ ଉଦ୍ଧାର

ବାଲେଶ୍ଵର: ଦଶହରାରେ ବଡ ଅଘଟଣ। ନଦୀରେ ଗାଧୋଉଥିବା ବେଳେ ଦୁଇ ଭାଇ ନିଖୋଜ ହୋଇଥିବା ବେଳେ,ଅଗ୍ନିସମ ବାହିନୀ ଦ୍ଵାରା ଜଣକୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ, ଅନ୍ୟଜଣେ ନିଖୋଜ। ଏପରି ଖଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନିଖିରା ପଞ୍ଚାୟତର ମାନପୁର ଠାରେ।ସୂଚନାରୁ ପ୍ରକାଶ ତଳଧାନ୍ଦା ଗ୍ରାମର ମଧୁସୂଦନ ଗିରିଙ୍କ ଦୁଇ ପୁଅ, ସୁବର୍ଣ୍ଣରେଖା ନଦୀର ମାନପୁର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଜଣଙ୍କ ଗୋଡ ଖସିଯିବାରୁ, ସୁବର୍ଣ୍ଣରେଖା ନଦୀରେ ଭାସି ଯାଉଥିବା ବେଳେ,ଆଉଜଣେ ଭାଇ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ବି ବିଫଳ ହୋଇ,ସେ ମଧ୍ୟ ଭାସିଯାଇଥିଲେ। ତେବେ ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଦ୍ଵାରା ଖୋଜା ଖୋଜି ପରେ, ଜଣଙ୍କୁ ଉଦ୍ଧାର କରିଥିଲେ ବି, ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ,ଅନ୍ୟ ଜଣେ ଯୁବକଙ୍କ ଅଦ୍ୟାବଧି ପତ୍ତା ମିଳିନାହିଁ। ତେବେ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି। ତେବେ ଏପରି ଘଟଣାକୁ ନେଇ ଗ୍ରାମରେ ତଥା ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *