ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ : ଏବିଭିପିର ବାଜିମାତ୍

ବୁର୍ଲା,: ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ  ଛାତ୍ର ସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଛି । ବିସଜେଡି ଏବଂ ଏବିଭିପି ମଧ୍ୟରେ ନିର୍ବାଚନୀ ପ୍ରତିଦ୍ବନ୍ଦିତା ରେ ଏବିଭିପି ଛାତ୍ର ସଂଗଠନ ବିପୁଳ ମାତ୍ରାରେ ଭୋଟ ପାଇ ବିଜୟ ଲାଭ କରିଛି । ସଭାପତି ପଦବୀରେ ଏବିଭିପିର ସୁଦର୍ଶନ ସୁନା ୫୯୦ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତର ପ୍ରତିଦ୍ବନ୍ଦି ବିସିଜେଡି ର ସଭାପତି ପ୍ରାର୍ଥୀ ଜଗନ ପ୍ରଧାନ ଙ୍କୁ ହରାଇ ବିଜୟ ଲାଭ କରିଛନ୍ତି। ସେହିପରି ଭାବରେ ଏବିଭିପିର ସମ୍ପାଦକ ପ୍ରାର୍ଥୀ ସୌରଭ କୁମାର ନାୟକ ୬୯୬ ଖଣ୍ଡ ଭୋଟ ପାଇ ବିସିଜେଡିର ସମ୍ପାଦକ ପ୍ରାର୍ଥୀ ରାଜୁ କର୍ମୀ ଙ୍କୁ ହରାଇ ବିଜୟ ହୋଇଛନ୍ତି । ସହକାରୀ ସମ୍ପାଦକ ଭାବରେ ଏବିଭିପିର ରୁଦ୍ର ନାରାୟଣ ଗଡତିଆ ୫୭୫ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସତ୍ୟବାନ ନାଗ ଙ୍କୁ ପରାସ୍ତ କରିଛନ୍ତି । ସେହିପରି ଛାତ୍ର ସଂସଦ ପତ୍ରିକାର ସାଧାରଣ ସମ୍ପାଦକ ହିମାଂଶୁ ସାହୁ ୬୨୬ ଖଣ୍ଡ ଭୋଟ , ଛାତ୍ର ସଂଘ ମେଗାଜିନ ସମ୍ପାଦକ କଳା ଫାକୁଆଲଟି ପଦବୀରେ ସମ୍ରାଟ କିଶୋର ଭୋଇ ୭୧୬ ଖଣ୍ଡ ଭୋଟ, କ୍ରୀଡ଼ା ସଂଘର ସମ୍ପାଦକ ଅଶ୍ୱିନ ଖେସ୍‌ ୬୧୪, ।ସାଂସ୍କୃତିକ ସଂଘର ସମ୍ପାଦକ ଭାବେ ଶୁଭ୍ରାଂଶୁ ରଞ୍ଜନ ସାହୁ ୬୬୪ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ସେହିପରି ଅନ୍ୟ ପଦବିଗୁଡ଼ିକ ମଧ୍ୟରେ ଡେବୋର୍ଡର ଛାତ୍ର ସଂଘର ସମ୍ପାଦକ ପଦ ପାଇଁ ବୈଷ୍ଣବୀ ଦାଶ ଓ ସହକାରୀ ସମ୍ପାଦକ ପଦ ପାଇଁ ଶ୍ରୀତମ କୁମାର ବେହେରା , କ୍ରୀଡ଼ା ସଂଘର ମହିଳା ପ୍ରତିନିଧି ଭାବେ ଆର୍‌.ଏସ୍‌. ଅର୍ପିତା ବାରିକ, ବିଜ୍ଞାନ ବିଭାଗର ପତ୍ରିକା ସମ୍ପାଦକ ପଦ ପାଇଁ ନିକିତା ତ୍ରିପାଠୀ ଓ ଭୀଷ୍ମଦେବ କର୍ଣ୍ଣ ଏବଂ ସହକାରୀ ସମ୍ପାଦକ ପଦ ପାଇଁ ଲୁସନ ପଟେଲ ପ୍ରମୁଖ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି । ତେବେ ଏହି ବିଜୟ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଏବିଭିପି ପକ୍ଷରୁ ଉତ୍ସବ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *