ନୂଆପଡା : ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ଅଟକ ରଖିବା, ଅମାନବୀୟ ଶୋଷଣ, ମାଡ଼ ମାରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ଏକ ସଙ୍ଗିନ ମାମଲାରେ ନୂଆପଡ଼ା ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ଛତିଶଗଡ଼ ଓ ଓଡିଶା ର କିଛି ଶ୍ରମିକ ସର୍ଦାର ମିଶି ଗରିବ ଓ ଅସହାୟ ଶ୍ରମିକ ଶ୍ରେଣୀ ର ପରିବାରଗୁଡ଼ିକୁ ଅଗ୍ରୀମ ଟଙ୍କାର ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ଏକ ଇଟାଭାଟିରେ କାମ କରିବା ପାଇଁ ଚାଲାଣ କରିଥିଲେ । ସେଠାରେ ଶ୍ରମିକମାନଙ୍କୁ ମୁକ୍ତ ଓ ଅବାଧ ଚଳପ୍ରଚଳ କରିବା ଉପରେ କଟକଣା ଜାରି କରି ଦାଦନ ସର୍ଦାର ଅମାନବୀୟ ପରିସ୍ଥିତିରେ କାମ କରାଇ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଛି।ପରବର୍ତ୍ତୀସମୟରେଅଭିଯୋଗକାରୀଙ୍କ ବାପା ଓ ତାଙ୍କ ବଡ଼ଭାଇଙ୍କୁ ବଳପୂର୍ବକ ବେଲଟୁକ୍ରି ଥାନା ଅନ୍ତର୍ଗତ ବାରକୋଠି ଗ୍ରାମକୁ ନେଇ ମାଡ଼ ମାରିବା ସହ ଟଙ୍କା ଫେରସ୍ତ ପାଇଁ ଧମକ ଦିଆଯାଇଥିଲା। ଏପରିକି ପୁନର୍ବାର ଇଟାଭାଟିକୁ କାମ କରିବାକୁ ନ ଗଲେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିବା ନେଇ ବେଲଟୁକ୍ରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା।ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରି ଘଟଣାସ୍ଥଳ ପରିଦର୍ଶନ, ସାକ୍ଷୀମାନଙ୍କ ବୟାନ ରେକର୍ଡ ଏବଂ ପ୍ରମାଣ ସଂଗ୍ରହ କରିବା ପରେ ଛତିଶଗଡ ର ଦୁଇ ଜଣଙ୍କ ସମେତ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା।ଗିରଫଅଭିଯୁକ୍ତମାନେ ହେଲେ ବେଲଟୁକ୍ରି ଗ୍ରାମର ଗୋଲୁ ଓରଫ୍ ନୀଳକମଲ ଚନ୍ଦ୍ରାକର (୩୮)ଓ
ମୂଳଚନ୍ଦ ଶବର (୩୫), ପଣ୍ଡ୍ରିପାଣି ଗ୍ରାମର ସନୋଜ ଲୋହାର (୩୪), ଛତିଶଗଡ଼ ତେନ୍ଦୁକୋନା ର ସନ୍ତୋଷ ଅଗ୍ରୱାଲ (୪୨)ଓ ବସନାର ଅନୂପ ଅଗ୍ରୱାଲ (୪୨)।
ଏହି ମାମଲାରେ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ଆଇନ, ୧୯୭୯ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଜାଇଥିବା ନେଇ ଆଜି ଆୟୋଜିତ ଏକ ଖବରଦାତା ସମ୍ମିଳନୀ ରେ ଏସ. ଡି. ପି. ଓ କ୍ଷୀରେଶ୍ୱର ସାହୁ ସୂଚନା ଦେଇଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।
ଦାଦନ ଶ୍ରମିକଙ୍କୁ ନିର୍ଯାତନା ଓ ଧମକ ଅଭିଯୋଗରେ ପାଞ୍ଚ ଅଭିଯୁକ୍ତ ଗିରଫ













Leave a Reply