ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ :ଆର୍ୟା ସଭାପତି, ଓଁକାର ସମ୍ପାଦକ

ଭବାନୀପାଟଣା:ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ରେ ଆଜି ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏବିଭିପି ସମର୍ଥିତ ଆର୍ୟା ନାୟକ ସଭାପତି ଏବଂ ଓଁକାର ଦଣ୍ଡସେନା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆର୍ୟା ନାୟକ ୯୪୬ ଭୋଟ ପାଇଥିବା ବେଳେ ଅର୍ପିତା ପ୍ରିୟଦର୍ଶିନୀ ସାହୁ ୮୮୭ ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।ସେହିଭଳି ଉପ ସଭାପତି ଭାବେ ଭୋଜରାଜ ସାହୁ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଉମାକାନ୍ତ ନିଆଲ ଙ୍କୁ ମାତ୍ର ୧୫୨ ଟି ଭୋଟ ରେ ପରାଜିତ କରିଛନ୍ତି। ସମ୍ପାଦକ ପଦବୀରେ ଓଁକାର ଦଣ୍ଡସେନା ନିଜର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରତ୍ୟାଶା ପଟ୍ଟନାୟକ ଙ୍କୁ ମାତ୍ର ୮୨ ଟି ଭୋଟ ରେ ପରାଜିତ କରିଛନ୍ତି। ଯୁଗ୍ମ ସମ୍ପାଦକ ଭାବେ ଦିୟା ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବ୍ୟୁଟି ମାଝି ଙ୍କୁ ୧୯ ଟି ଭୋଟରେ ପରାସ୍ତ କରିଛନ୍ତି। ସଭାପତି, ଉପ ସଭାପତି ଏବଂ ସମ୍ପାଦକ ପଦବୀରେ ଏବିଭିପି ପ୍ରାର୍ଥୀ ବିଜୟ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *