ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ : ବିସିଜେଡିର ବାଜିମାତ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ନିର୍ବାଚନରେ ବିସିଜେଡି ବାଜିମାତ କରିଛି। ଏହି ସଂଗଠନର ସଭାପତି ପାର୍ଥୀ ପ୍ରଶାନ୍ତ ବେହେରା, ସାଧାରଣ ସମ୍ପାଦକ ରାଜା ଜେନା, ଡ୍ରାମାଟିକ ସମ୍ପାଦକ ଭାବେ ତପସ୍ୱିନୀ ପଲାଇଙ୍କ ସହ ବିଭିନ୍ନ ବିଭାଗରେ ପାର୍ଥୀ ବୀଜୟୀ ହୋଇଛନ୍ତି। ଉପ ସଭାପତି ପାର୍ଥୀ ପଦ ଟାଇ ରହିଛି। ଏହି ପଦଵୀ ପାଇଁ ଏବିଭିପିରୁ ମଧୁସ୍ମିତା ସାହୁ ଓ ବିସିଜେଡିରୁ ସିପୁନ ନାୟକ ନିର୍ବାଚନ ଲଢୁଥିଲେ। ବୀଜୟୀ ପାର୍ଥୀଙ୍କ ଫଳ ପ୍ରକାଶ ପରେ ବିଜୟ ଉତ୍ସବ ମନାଇଛନ୍ତିନି ବିସିଜେଡିର ପାର୍ଥୀ। ବାଜା ବାଣରେ ବିଜୟ ଶୋଭାଯାତ୍ରା ସହର ପରିକ୍ରମା କରିଛି। ଏହି ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟଙ୍କ ସହ ବ୍ଲକ ସ୍ତରର ବହୁ ଆଗ ଧାଡ଼ିର କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *