:ବାଲେଶ୍ଵର : ବାଲେଶ୍ୱର ଜିଲ୍ଲା ବସ୍ତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଜି ଏକ ମାରପିଟ ଘଟଣାରେ ଦୁଇ ବର୍ଷ କାରାଦଣ୍ଡ ସହ ଆର୍ଥିକ ଜୋରିମାନା ଶୁଣାଇଛନ୍ତି. ସୂଚନା ଅନୁସାରେ ଗତ ୨୦୧୨ ମସିହାରେ ସିଂଲା ଥାନା ଚମ୍ପଳା ଗ୍ରାମର କାଞ୍ଚନ ଦାସ ଓ ତାଙ୍କ ପରିବାର ଉପରେ ମାରପିଟ ହୋଇଥିବା ସିଂଲା ଥାନା ରେ ଅଭିଯୋଗ କରିଥିଲେ .ସିଂଲା ପୋଲିସ କେଶ ନମ୍ବର -୪୪/୧୨ ଓ ସି ଟି କେଶ ନମ୍ବର – ୬୪୫ /୧୨ ମୂଳେ ତଦନ୍ତ କରି ମାମଲା ରୁଜୁ କରିଥିଲେ.ତେବେ ୧୫ ବର୍ଷ ବ୍ୟବଧାନ ପରେ ମାନ୍ୟବର ବସ୍ତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସୁନିତା ମିଶ୍ର ଆଜି ତାଙ୍କର ରାୟ ଶୁଣାଇଛନ୍ତି.ବିଚାରପତି ମହୋଦୟା ଆଇ ପିସି ଧାରା-୩୨୩ ମୂଳେ ଉଭୟଙ୍କୁ ଏକବର୍ଷ ଲେଖାଏଁ ଜେଲ ସହିତ ଏକ ହଜାର ଲେଖାଏଁ ଟଙ୍କା ଜୋରିମାନା ଏବଂ ଧାରା ୪୪୮ ମୂଳେ ଉଭୟ ଙ୍କୁ ଏକବର୍ଷ ଲେଖାଏଁ ଜେଲ ସହିତ ଏକ ହଜାର ଲେଖାଏଁ ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି.ଫଳରେ ଉଭୟଙ୍କୁ ଦୁଇ ବର୍ଷ ର ଜେଲ ଦଣ୍ଡ ହୋଇଛି.ତତ ସହିତ ଜୋରିମାନା ଆଦାୟ ନ ହେଲେ ଆଉ ଏକ ମାସ ଜେଲ ଦଣ୍ଡ ବଢିବ.କେଶ କୁ ସାରକାରୀ କ୍ୟାଡର ଏ ପି ପି ଅସିତ ରଞ୍ଜନ ନାୟକ, ସରକାରୀ ଓକିଲ ପରେଶ ବେହେରା, ତାପସ କୁମାର ପ୍ରଧାନ, ରାଧାଗୋବିନ୍ଦ ବେହେରା ପରିଚାଳନା କରିଥିବା ବେଳେ କେଶ କୁ ବାଲେଶ୍ୱର ଜିଲ୍ଲା ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ପ୍ରସିକିଉସନ ମିସ ରାଣୀ ସସ୍ମିତା ଙ୍କ ଦ୍ୱାରା ତଦାରଖ କରାଯାଇଥିଲା
ମାରପିଟ ଘଟଣାରେ :୨ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ
















Leave a Reply