ଭୁବନେଶ୍ୱର: : ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା। ମା’ ଜଗଜ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା। ଅଧର୍ମ ଉପରେ ଧର୍ମର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ହେଉଛି ବିଜୟା ଦଶମୀ। ଏହା କେବଳ ଏକ ପର୍ବ ନୁହେଁ, ଏହା ଆସ୍ଥା, ଆଧ୍ୟାତ୍ମିକତା, ନାରୀଶକ୍ତି ଓ ମାନବୀୟ ମୂଲ୍ୟବୋଧର ଏକ ମହାନ ଉତ୍ସବ।
ଆଜି ବିଜୟା ଦଶମୀ














Leave a Reply