ବୃଦ୍ଧଙ୍କୁ ପିଟିପଟି ହତ୍ୟା, ଅଭିଯୁକ୍ତ ଗିରଫ

ଅନୁଗୋଳ : ମଦ ପିଇ ଗାଳିଗୁଲଜ। ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ପିଟାମରା I ଆଉ ମାରପିଟ୍‌ରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଜରପଡ଼ା ଥାନା ଇଲାକା ଜରପଡ଼ା ଗ୍ରାମର କମା ମାର ସାହୁ (୬୨)ଙ୍କ ମୃତ୍ୟୁ ରହସ୍ୟ ଉପରୁ ପ ପରଦା ହଟାଇ ପୁଲିସ୍ ଏହି ସୂଚନା ଦେଇ ଦେଇଛି। ବୃଦ୍ଧଙ୍କୁ ପିଟି ପିଟି ହତ୍ଯା ମାମଲାରେ ପୁଲିସ୍ ଅଭିଯୁକ୍ତ ବାବି ନାଏକ(୩୦)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ମୁତାବକ, ଗତ ଶୁକ୍ରବାର ସନ୍ଧ୍ୟାରେ ଏହି ଏହି ଅଘଟଣ ଘଟିଥିଲା । ମୃତ କମାର ନିୟମିତ ମଦ ପିଇ ଗାଁରେ ଳିଗୁଲଜ କରିଥାନ୍ତି। ଅଧିକାଂଶ ସମୟରେ ବିଭିନ୍ନ ଲୋକଙ୍କ ସହିତ ଗଣ୍ଡଗୋଳ କରିଥାନ୍ତି। ଗତ ଶୁକ୍ରବାର ସନ୍ଧ୍ୟାରେ ସେ ମଦ ପିଇ ଘରକୁ ଫେରୁଥିବା ବେଳେ ବାବିଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ବାବି ରାଗିଯାଇ ତାଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଏଥିରେ ତାଙ୍କ ହାତ ମଧ୍ଯ ଭାଙ୍ଗି ଯାଇଥିଲା। ପ୍ରବଳ ମାଡ଼ ଖାଇବା ସତ୍ତ୍ୱେ କମାର ଘରକୁ ଚାଲି ଚାଲି ଆସୁଥିବା ବେଳେ ଏକ ବୁଦାମୂଳରେ ଖସି ପଡିଥିଲେ। ଏପଟେ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିବା ପରେ ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। କମାର ନିଶାରେ ଚୁର୍ ଥିବା ବେଳେ ଦେହରେ ମାଡ଼ ଚିହ୍ନ ଥିଲେ ହେଁ ତାଙ୍କ ଗୁରୁତର ଅବସ୍ଥା ନେଇ ପରିବାର ଲୋକ ଜାଣିପାରିନଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ଆଣିନଥିଲେ। ଭୋର୍‌ରୁ ତାଙ୍କ ନିଶା ଛାଡିବା । ପରେ ସେ ଗୁରୁତର ଥିବା ପରିବାର ଲୋକ ଜାଣି ତାଙ୍କୁ ପ୍ରଥମେ ଅନୁଗୋଳର ଗୋଳର ଏକ ଘରୋଇ ଡାକ୍ତର କ୍ତରଖାନାକୁ ନେଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଫେରାଇ ଦେଇଥିଲେ। ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ଭି କରିଥିଲେ। ମାତ୍ର ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା .

Leave a Reply

Your email address will not be published. Required fields are marked *