ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଗିରଫ ପରୱାନା

ଝାନସୀ : ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଝାନସୀର ଏକ କୋର୍ଟ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଛନ୍ତି। ୧୬ ବର୍ଷ ତଳର ଜଣେ ଯୁବକଙ୍କ ଆତ୍ମହତ୍ୟା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେତେବେଳେ ‘ରାକ୍ଷୀ କା ଇନ୍‌ସାଫ୍‌’ ଶୋ’ରେ ରାକ୍ଷୀ ଝାନସୀର ଲକ୍ଷ୍ମଣ ପ୍ରସାଦ ଅହିରୱାର (୨୪)ଙ୍କୁ ‘ନପୁଂସକ’ କହି ଅପମାନିତ କରିଥିଲେ। ଏହି ଘଟଣାରେ ମାନସିକ ଆଘାତ ପାଇ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ରାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କୋର୍ଟରୁ ସମନ ଜାରି ହେବା ସତ୍ତ୍ୱେ ଅଭିନେତ୍ରୀ ହାଜର ହେଉ ନଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧ରେ ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ।

Leave a Reply

Your email address will not be published. Required fields are marked *