ପାରିବାରିକ କଳହର ଅନ୍ତିମ ପରିଣତି ,ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ପରେ ସ୍ୱାମୀର ଆତ୍ମହତ୍ୟା

ସରାଙ୍ଗ,: ଢେଙ୍କାନାଳ ଜିଲାପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ୩ ନମ୍ବର କଲୋନୀରେ ଅଭାବନୀୟ ଘଟଣା ଘଟି ଯାଇଛି, ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ସ୍ୱାମୀ ନିଜେ ଆତ୍ମହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ସ୍ୱାମୀ ରତ୍ନାକର ନାଏକ ସ୍ତ୍ରୀ ରଶ୍ମିତା ନାଏକଙ୍କୁ ଆକ୍ରମଣ କରିଥିବା ଏବଂ ଏଥିରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ପରେ ରତ୍ନାକର ଘର ଭିତରେ ଛୁଆ ମାନଙ୍କୁ ତାଲା ପକାଇ ନିଜେ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ସୂଚନା ରହିଛି। ଖବର ପାଇ ପରଜଙ୍ଗ ଥାନା ପୁଲିସ ସହ କାମାକ୍ଷାନଗର ଏସଡିପିଓ ଚିତ୍ତରଞ୍ଜନ ବେହେରା ଓ ଥାନା ଅଧିକାରୀ ସୁବ୍ରତ ସାହୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲା ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ତଦନ୍ତ କରୁଛି।ତେବେ ଦମ୍ପତିଙ୍କ ମୃତ୍ୟୁର ସଠିକ୍ କାରଣ ଓ ସମ୍ପୂର୍ଣ୍ଣ ଘଟଣାକ୍ରମ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।।

Leave a Reply

Your email address will not be published. Required fields are marked *