କୋଟପାଡ଼ ନୂତନ ଥାନାଧିକାରୀ ଭାବେ ଦ୍ଵାୟିତ୍ୱ ଗ୍ରହଣ କଲେ ରୁନୁ ମାଝୀ

କୋଟପାଡ଼:  କୋରାପୁଟ ଜିଲ୍ଲା କୋଟପାଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଗତ ୦୯ ତାରିଖ ଦିନ ଶ୍ରୀମତୀ ରୁନୁ ମାଝୀ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। କୋଟପାଡ଼ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ କୋରାପୁଟ ସଦର ଥାନାରେ ଥାନା ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟରତ ଥିଲେ।​ବିଗତ ଦିନରେ କୋଟପାଡ଼ା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଆସୁଥିବା ବେଳେ, ଏହାର ସଠିକ୍ ଓ ଦୃଢ଼ ନିୟନ୍ତ୍ରଣ କରିବା ପାଇଁ ନୂତନ ଆଇଆଇସି ଶ୍ରୀମତୀ ମାଝୀ ସ୍ୱତନ୍ତ୍ର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ବିଶେଷ କରି ଆଗାମୀ ଦଶହରା ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ​ପର୍ବପର୍ବାଣୀ ସମୟରେ ଜନସାଧାରଣଙ୍କ ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ‘ରୋଡ୍ ରୋମିଓ’ ମାନଙ୍କୁ କାବୁ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ​ଶ୍ରୀମତୀ ରୁନୁ ମାଝୀଙ୍କ ଏପରି ଦୃଢ଼ ପଦକ୍ଷେପ ଦ୍ୱାରା କୋଟପାଡ଼ ସହରରେ ଆଇନଗତ ଶୃଙ୍ଖଳା ଫେରିବ ଏବଂ ଏକ ଭୟମୁକ୍ତ ପରିବେଶ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଆଶା ପୋଷଣ କରିଛନ୍ତି। ଦ୍ଵାୟିତ୍ୱ ଗ୍ରହଣ ପରେ ନୂତନ ଥାନାଧିକାରୀଙ୍କୁ କୋଟପାଡ଼ ଭାରତ ମିଡ଼ିଆ ଆସୋସିଏସନ ସାମ୍ବାଦିକ ସଂଘ ସଦସ୍ୟଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା ! ସଂଘର ସଭାପତି ଅଜୟ ମିଶ୍ରଙ୍କ ସହ, ସୁଧୀର କୁମାର ବରାଳ, ଅଶ୍ୱିନୀ ପଟନାୟକ, ଲଳିତେନ୍ଦୁ ରଥ, ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି !

Leave a Reply

Your email address will not be published. Required fields are marked *