ଆଇନ ସଚେତନତା ଶିବିର ଅନୁଷ୍ଠିତ

ପୁରୀ,: -ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାଇ ବାଟମଙ୍ଗଳା ନିକଟସ୍ଥ ଆଳିକିଆ ଗ୍ରାମ, ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଉଦଘାଟନ କରିବା ସହ ଆଜିର ଏହି ବକ୍ତବ୍ୟରେ ଡିଜାଷ୍ଟାର ଭିକିଟିମସ୍ ମାନଙ୍କୁ ଆଇନଗତ ସେବା ପ୍ରଦାନ ଯୋଜନା , ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ବିଭିର୍ନ ସରକାରୀ ଆଇନ ଏବଂ ନାଲସା ଜାଗୃତି ସ୍କିମ ଉପରେ ତୃଣମୂଳ ସ୍ତରରେ ପ୍ରତେକ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାରରେ ସାହାଯ୍ୟ କରିବା , ସେମାନଙ୍କୁ ସଚେତନତା କରାଇବା ସହ ସରକାରୀ ଯୋଜନା ଗୁଡିକ ଉପରେ ଅବଗତ ହେବା ସହ ଲୋକଙ୍କୁ ପ୍ରୋତ୍ସାହନମୂଳକ, ପ୍ରତିଷେଧକ, ଆରୋଗ୍ୟକାରୀ ଏବଂ ପୁନଃ ଥଇଥାନ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ଆଜିର ଏହି କାର୍ଯକ୍ରମର ମୁଖ୍ୟ ଉଦେଶ୍ୟ। ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିର୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର , ନ୍ୟାୟ ସଂଯୋଗ , ୧୫୧୦୦ ଏବଂ ସମୁଖ କାର୍ଜ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେ ବିଷୟରେ ଆଲୋଚନା କରିଥିଲେ। ଆଜିର ଏହି କାର୍ଯ୍ଯକ୍ରମରେ ସଭାପତି, ଦି ମିରର ଏନଜିଓ, ସଞ୍ଜୟ କୁମାର ପ୍ରଧାନ, ରାଷ୍ଟ୍ରୀୟ ସଦଭାବନା ମଞ୍ଚର ଅଧକ୍ଷ୍ୟା ସ୍ଵର୍ଣଲତା ଜେନା ଏବଂ ଉପସ୍ଥିତ ଥିବା ଆଳିକିଆ ଗ୍ରାମର ସମସ୍ତ ଜନସାଧାରଣଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଏବଂ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *