: -ଓଡ଼ିଶାର ଜଣାଶୁଣା ଲେଖକ, କବି, ପ୍ରାବନ୍ଧିକ, ସ୍ତମ୍ଭକାର ,ନାଟ୍ୟକାର ଓ ଆଇନଜୀବୀ ଭଗବାନ ଦାଶଙ୍କ ପରଲୋକ ହୋଇଯାଇଛି । ପୁରୀ ଗୁଣ୍ଡିଚା ବିହାର ବାସଭବନ ଠାରେ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ୧୯୫୨ ମସିହା ଫେବୃଆରୀ ୪ ତାରିଖ ପୁରୀଜିଲ୍ଲା ଚନ୍ଦନପୁର ନିକଟସ୍ଥ ବିଜୟ ରାମଚନ୍ଦ୍ରପୁର (କୋରଙ୍ଗା) ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ତାଙ୍କର ପ୍ରବନ୍ଧ ଲେଖିବା ଆଗ୍ରହ ରହିଥିଲା । ଜୀବନର ଶେଷ ପର୍ଯ୍ୟନ୍ତ ସମାଜର ମୁଲ୍ଯବୋଧ ଓ ସାମାଜିକ ସ୍ଥିତି ସମ୍ପର୍କରେ ସ୍ତମ୍ବକାର ଭାବେ ବିଭିନ୍ନ ଖବରକାଗଜରେ ତାଙ୍କ ଲେଖା ପ୍ରକାଶିତ ହୋଇଛି । ସେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅଧିକାରୀ ଭାବେ ଚାକିରି କରି ଅବସର ନେଇଥିଲେ । ସାହିତ୍ଯ ସାଧନା, କବିତା, ଗଳ୍ପ,ପ୍ରବନ୍ଧ ଓ ସମ୍ବ ରଚନା ମାଧ୍ୟମରେ ଜନତାଙ୍କୁ ସଚେତନ କରୁଥିଲେ । ତାଙ୍କ କବିତା ସଂକଳନ ସମୟର ସ୍ବରଲିପି, ସମର୍ପଣ, ଗଳ୍ପ ସଙ୍କଳନ ସମୟ ସବୁ ବଦଳାଇ ଦିଏ ଓ ପ୍ରବନ୍ଧ ସଙ୍କଳନ ଜାଣିଲେ ଜିଣିବ ଆଦି ଉଚ୍ଚ ଲେଖା ଯୋଗୁ ସମାଜରେ ଆଦୃତ ହୋଇଥିଲେ । ତାଙ୍କ ଲେଖା ଦୈନିକ ଖବରକାଗଜ ସମାଜ , ଧରିତ୍ରୀ ପ୍ରଗତିବାଦୀ, ପ୍ରମେୟ , ଅମୃତଦୁନିଆ, ତୀର୍ଥକ୍ଷେତ୍ର, ସମ୍ବାଦ, ଅନେକ ସୂଚନା, ଶାସକ ପ୍ରଶାସକ ଓ ଅପରାହ୍ନ ଖବରକାଗଜରେ ବିଭିନ୍ନ ଲେଖା, କବିତା, ପ୍ରବନ୍ଧ ଆଦି ପ୍ରକାଶ ପାଉଥିଲା । ସେ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ , ସମାଜସେବୀ ଓ ସୁସଂଗଠକ ଭାବେ ପରିଚିତ ଥିଲେ । ତାଙ୍କ ପିତା ସ୍ବର୍ଗତ ରଘୁନାଥ ଦାଶ ଜଣେ ସୁନାମଧନ୍ୟ ଶିକ୍ଷକ ଥିବାବେଳେ ମାତା ତାରାମଣି ଦାଶ ଧର୍ମପରାୟଣା ଗୃହିଣୀ ଥିଲେ । ତାଙ୍କର ତିନିଝିଅ ଓ ଏକମାତ୍ର ପୁତ୍ର ସନ୍ତାନ ରହିଛନ୍ତି । ବାସଭବନ ଠାରେ ଧର୍ମପତ୍ନୀ ,ବୋହୁ ନାତି ନାତୁଣୀ,ଝିଅ ଜୋଇଁ ,ବନ୍ଧୁ ପରିବାର , ଆତ୍ମୀୟସ୍ବଜନ, କବି,ସାହିତ୍ୟିକ, ସାମ୍ବାଦିକ ଓ ଆଇନଜୀବୀଙ୍କ ସମେତ ଆଖପାଖ ଅଞ୍ଚଳର ବୁଦ୍ଧଜୀବୀ ମାନ୍ଯଗଣ୍ଯ ବ୍ଯକ୍ତିମାନେ ଶେଷ ଦର୍ଶନ କରିଥିଲେ । ଗୁରୁବାର ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁତ୍ର ଚନ୍ଦନ ଦାଶ ମୁଖା
ବିଶିଷ୍ଟ ସାହିତ୍ୟିକ, ସ୍ତମ୍ବକାର ଲେଖକ, ନାଟ୍ଯକାର ଓ ଆଇନଜୀବୀ ଭଗବାନ ଦାଶଙ୍କ ପରଲୋକ
















Leave a Reply