ମାଲକାନଗିରି: ରାଜ୍ୟ ସରକାର ଜନଜାତିଙ୍କ ସଂସ୍କୃତି, ନୃତ୍ୟ ପରମ୍ପରାକୁ ବହୁଳ ପ୍ରସାର ପ୍ରଚାର ନିମନ୍ତେ ”ଆମ କଳାକାର” ପୋର୍ଟାଲ ଶୁଭାରମ୍ଭକରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ ବିଭିନ୍ନ ଜନଜାତିର କଳାକାରମାନେ ନିଜ ନାମ, ଦଳକୁ ପଞ୍ଜିକୃତ କରିପାରିବେ । ଏହାଦ୍ବାରା ସେହି ଦଳକୁ ସାରା ଭାରତରେ ହେଉଥିବା ଲୋକ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂ ସଂଚାଳକ ତରଫରୁ ସିଧାସଳଖ ଯୋଗାଯୋଗ କରି ଆମନ୍ତ୍ରଣ କରିପାରି ରିବେ। ପୂର୍ବରୁ ଏହା କିଛି ମଧ୍ୟସ୍ଥି ମାନଙ୍କ ଦ୍ବାରା ଆମନ୍ତ୍ରଣ କରାଯାଉଥିଲା | ଏହି ପୋର୍ଟାଲ ମାଧ୍ୟମରେ ଆୟୋଜକ ଏବଂ କଳାକାର ପରସ୍ପର ମଧ୍ୟରେ ଯୋଗାଯୋଗ ରହିପାରିବା ଏହି କ୍ରମରେ ଗତକାଲି ମାଲକାନଗିରି ଜିଲ୍ଲା ସଂସ୍କୃତି ଏବଂ ଲୋକ ସମ୍ପର୍କ ବିଭାଗ ତରଫରୁ ଏକ ଅଡିସନର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରାଚୀନତମ ତଥା ବିଲୁପ୍ତ ପ୍ରାୟ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଯୁବକ ଯୁବତୀ ଭାଗ ନେଇ ସେମାନଙ୍କର ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ। ପରେ “ଆମ କଳାକାର” ପୋର୍ଟାଲ ରେ ପଞ୍ଜୀକରଣ କରିଥିଲେ ।
‘ଆମ କଳାକାର’ ପୋର୍ଟାଲର ଶୁଭାରମ୍ଭ
















Leave a Reply