ଭାସୁଛି ଗଞ୍ଜାମ; ଚାରିଆଡେ ପାଣି,ହଜାର ହଜାର ଲୋକେ ଜଳବନ୍ଦୀ

ବ୍ରହ୍ମପୁର : ବାତ୍ୟା ଅର୍ଣ୍ଣବ ପାଇଁ ବେହାଲ୍ ଗଞ୍ଜାମ। ଗଞ୍ଜାମରେ ବର୍ଷା ବିତ୍ପାତ। ଘରେ ପଶିଲା ବର୍ଷା ପାଣି, ବଢିଲା ଲୋକଙ୍କ ଦୁର୍ଦ୍ଦଶା। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲାର ଏକାଧିକ ଗ୍ରାମରେ ବନ୍ୟା।
ପ୍ରବଳ ବର୍ଷାରେ ବୁଡ଼ିଗଲା ଭଞ୍ଜନଗରର ମୁଖ୍ୟ ମାର୍କେଟ୍‌ ଭାସିଗଲା ଦୋକାନର ଜିନିଷପତ୍ର। ଗଞ୍ଜାମ ଜିଲ୍ଲାରେ ୧୨୦ ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରାଯିବ। ୪ ସ୍ଥାନରେ ୧୨୦ ପ୍ରଭାବିତଙ୍କୁ ଏୟାରଲିଫ୍ଟ କରାଯିବ। ସମୀକ୍ଷା ପରେ ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଏୟାରଲିଫ୍ଟ ପାଇଁ ଗୃହ ମନ୍ତ୍ରାଳୟ ସହ କଥା ହୋଇଛୁ, କୋଷ୍ଟଗାର୍ଡ ହେଲିକପ୍ଟରରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଫୋକସ୍‌ରେ ଗଞ୍ଜାମ ଓ ଗଜପତି, ଗଞ୍ଜାମରେ ଅଧିକ ବର୍ଷା ହୋଇଛି। ଶ୍ରୀକାକୁଲମରେ ରେଲୱେ ବ୍ରିଜରେ ପାଣି, ଫଳରେ ଟ୍ରେନ ଅଟକିଛି। ରେଲୱେ ସହ ଯୋଗାଯୋଗରେ ଅଛୁ, ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *