ସୁଦାନରେ ଗୃହଯୁଦ୍ଧ ଦିନକୁ ଦିନ ତୀବ୍ର : ଡ୍ରୋନ୍ ଆକ୍ରମଣ ଶତାଧିକ ମୃତ

ଖାର୍ତୁମ : ସୁଦାନରେ ଗୃହଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଛି। ଇତିମଧ୍ୟରେ ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନିଆଲାର ଏକ ବ୍ୟସ୍ତବହୁଳ ବଜାର ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମାନବାଧିକାର ସଂଗଠନ ଏମର୍ଜେନ୍ସି ଲୟର୍ସ ଅନୁଯାୟୀ, ଏହି ଆକ୍ରମଣ ପାଇଁ ସୁଦାନ ସେନା ଦାୟୀ। ସଂଗଠନ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହାକୁ ସାଧାରଣ ନାଗରିକଙ୍କ ଉପରେ ଭୟଙ୍କର ଆକ୍ରମଣ ବୋଲି କହିଛି। ଅନ୍ୟପଟେ, ଅନ୍ତର୍ଜାତୀୟ ଚିକିତ୍ସା ସଂଗଠନ ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ (ଏମଏସଏଫ) କହିଛି ଯେ, ନିଆଲାସ୍ଥିତ ଏହାର ହସ୍ପିଟାଲକୁ ୩୬ ଜଣଙ୍କ ମୃତଦେହ ଅଣାଯାଇଥିଲା। ଏହା ସହ ୧୫୦ରୁ ଅଧିକ ଆହତଙ୍କୁ ଜରୁରୀକାଳୀନ ବିଭାଗରେ ଚିକିତ୍ସା କରାଯାଇଥିଲା।

Leave a Reply

Your email address will not be published. Required fields are marked *