ଅକ୍ଟୋବର ୩୧ ତାରିଖ ଯାଏଁ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଗଜପତି: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ଏବେ ଜିଲ୍ଲାର ସମସ୍ତ ସ୍କୁଲ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା।

ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ବର୍ଷା ଯୋଗୁଁ ଜନଜୀବନ ଓ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସ୍କୁଲ ଖୋଲିବା ତାରିଖକୁ ଆଉ ଦୁଇ ଦିନ ଘୁଞ୍ଚାଇ ଦିଆଯାଇଛି।ସୂଚନା ଯୋଗ୍ୟ ଯେ, ଦଶହରା ଛୁଟି ପରେ ଗଜପତି ଜିଲ୍ଲାରେ ଏଯାଏଁ ସ୍କୁଲ ଖୋଲିନାହିଁ। ଲଗାଣ ବର୍ଷା ଯୋଗୁଁ ଛୁଟି ଅବଧି ବଢ଼ିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି।

Leave a Reply

Your email address will not be published. Required fields are marked *