ଗୁଟଖା ଖାଇ ଛେପ ପକାଇବା ହେଲା କାଳ : ଛେପ ପକାଇବା ବେଳେ ଟଳି ପଡ଼ିଲେ ବୃଦ୍ଧ

ଭୋପାଳ : ଗୁଟଖା ଖାଇ ଛେପ ପକାଇବା ହେଲା କାଳ। ହଠାତ୍ ବାଲକୋନିକୁ ଆସି ଛେପ ପକାଇବା ବେଳେ ଟଳି ପଡ଼ିଲେ ବୃଦ୍ଧ। ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୋ ଜଣେ ୬୦ ବର୍ଷୀୟ ବୃଦ୍ଧ ଘରର ବାଲକୋନିରୁ ଗୁଟଖା (ତମାଖୁ ଚୋବାଇବା) ପରେ ଛେପ ପକାଇବା ବେଳେ ଚାଲିଗଲା ଜୀବନ। ବୃଦ୍ଧ ଜଣକ ଛେପ ପକାଇବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।

ସେ ଏକ ନିର୍ମାଣାଧୀନ ଘରେ ରହୁଥିଲେ। ବିଦ୍ୟୁତ୍ ଆଘାତ ଯୋଗୁଁଁ ବୃଦ୍ଧ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବିଦ୍ୟୁତ୍ ଆଘାତ ଯୋଗୁଁଁ ତାଙ୍କ ଶରୀର କୋଠାର କଡ଼ରେ ଝୁଲି ରହିଥିଲା। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ଜମା ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବ୍ୟକ୍ତିଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *