କେରଳ : କେରଳ ଚେରାନାଲ୍ଲୁର ଅଂଚଳରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୫୫ ବର୍ଷୀୟ ସ୍କୁଟର ଚାଳକଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ମନଜାଲି ଅଂଚଳର ଜୟ ବାଲକ୍ରିଷ୍ଣ ନାମକ ୫୫ ବର୍ଷୀୟ ବ୍ୟକ୍ତି ଜଣକ ସକାଳେ ନିଜ ସ୍କୁଟର ଚଳାଇ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମର୍ସିଡିଜ୍ ବେଂଜ୍ କାର୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବଲକ୍ରିଣ୍ଣଙ୍କ ମୃତ୍ୟୁ ଘଟିଥିଲା । ମର୍ସିଡିଜ୍ ବେଂଚ ଚାଳକ ଜଣକ ୧୭ ବର୍ଷୀୟ ନାବାଳକ ହୋଇଥିବା ବେଳେ ସେ ସ୍ଥାନୀୟ ଅତିରିକ୍ତ ଜିଲା ଜଜ୍ଙ୍କ ପୁଅ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଜବତ କରିବା ସହ କାର୍କୁ ମଧ୍ୟ ଜବତ କରିଛି । ସମ୍ପୃକ୍ତ ନାବାଳକକୁ ଅଟକ ରଖାଯିବା ସହ ସେ ମଦ୍ୟପାନ କରି ଗାଡି ଚଲାଉଥିଲା କି ନାହିଁ, ସେ ନେଇ ରକ୍ତ ନମୁନା ସଂଗ୍ରହ କରାଯାଇଛି ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୫୫ ବର୍ଷୀୟ ସ୍କୁଟର ଚାଳକଙ୍କ ମୃତ୍ୟୁ















Leave a Reply