ମୁମ୍ବଇ: ବଲିଉଡ ଅଭିେନତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼କୁ ନେଇ ବଲିଉଡରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏପରି ସମୟରେ ବିଗ୍ ବି ଅମିତାଭ ବଚ୍ଚନ ଓ ପଞ୍ଜାବୀ ଗୀତିକାର ଦିଲଜିତ ଦୋସାଞ୍ଜଙ୍କୁ ଶୁକ୍ରବାର ହତ୍ୟା ଧମକ ମିଳିଛି। ମୁମ୍ବଇ ମେୟର ଋତୁ ତାୱଡେଙ୍କୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା। ଏଥିରେ ଅମିତାଭଙ୍କ ବଙ୍ଗଳା ‘ଜଲସା’କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଯେକୌଣସି ସମୟରେ ଏହି ବଙ୍ଗଳାକୁ ନିଶାଣ କରାଯାଇପାରେ ବୋଲି ଉଲ୍ଲେଖ ରହିଛି। ୧୯୮୪ର ‘ଅପରେସନ୍ ବ୍ଲୁ ଷ୍ଟାର୍’ର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଛି। ଏହି ଇ-ମେଲ୍ରେ ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ମଧ୍ୟ ଆତ୍ମଘାତୀ ଆକ୍ରମଣରେ ହତ୍ୟା କରିବାକୁ ଧମକ ଦିଆଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ବିଗ୍ ବି ଅମିତାଭ ବଚ୍ଚନ ଓ ପଞ୍ଜାବୀ ଗୀତିକାର ଦିଲଜିତ ଦୋସାଞ୍ଜଙ୍କୁ ହତ୍ୟା ଧମକ















Leave a Reply