ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ବରିଷ୍ଠ ପୁରୁଷ କ୍ରିକେଟ୍ ଚୟନ କମିଟିରେ ଏକ ବଡ଼ଧରଣର ପରିବର୍ତ୍ତନ ଘଟିଛି। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ପରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା ବିସିସିଆଇର ପୁରୁଷ ଚୟନ କମିଟିର ନୂତନ ଅଧ୍ୟକ୍ଷ (Chairman) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାସହ ଅନ୍ୟ ଏକ ପୂର୍ବତନ ସ୍ପିନର ରମେଶ ପାୱାର ପାଞ୍ଚଜଣିଆ ଚୟନ ପ୍ୟାନେଲର ନୂତନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇ ମୁଖ୍ୟାଳୟରେ ଅଶୋକ ମାଲହୋତ୍ରା ଏବଂ ଜତିନ ପରାଞ୍ଜପେଙ୍କୁ ନେଇ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି (CAC) ଏହି ସାକ୍ଷାତକାର ପ୍ରକ୍ରିୟା ପରିଚାଳନା କରିଥିଲା। ପରେ ସମସ୍ତଙ୍କ ସହମତିକ୍ରମେ ରମେଶ ପାୱାରଙ୍କ ନାମକୁ ନୂତନ ସଦସ୍ୟ ଭାବେ ସୁପାରିଶ କରାଯାଇଥିଲା। ଖେଳାଯାଇଥିବା ଟେଷ୍ଟ୍ ମ୍ୟାଚ୍ ସଂଖ୍ୟାକୁ ଆଧାର କରି ବରିଷ୍ଠତା ଭିତ୍ତିରେ ପ୍ରଜ୍ଞାନ ଓଝାଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି।
ବିସିସିଆଇର ନୂତନ ମେନ୍ସ ସିଲେକ୍ସନ୍ କମିଟି ଅଧ୍ୟକ୍ଷ ହେଲେ ପ୍ରଜ୍ଞାନ ଓଝା















Leave a Reply