ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତାରେ କୋଟପାଡ଼ ବ୍ଲକର ଉଲ୍ଲେଖନୀୟ ସଫଳତା

କୋଟପାଡ଼:  କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ନାରାୟଣପାଟଣାଠାରେ ୧୫ ଓ ୧୬ ଅକ୍ଟୋବର ୨୦୨୬ ଦୁଇଦିନ ଧରି ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଉଦ୍‌ଘାଟନୀ ସମାରୋହ ପରେ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୪ଟି ବ୍ଲକର ବିଦ୍ୟାଳୟର ଖେଳାଳି ଅଂଶଗ୍ରହଣ କରିଥିଲେ।
ସେମାନଙ୍କ ମଧ୍ୟରେ କୋଟପାଡ଼ ବ୍ଲକର ୧୭ ବର୍ଷରୁ କମ୍ ବାଳିକା ଦଳ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ୍‌ରେ ଜୟପୁର ବ୍ଲକକୁ ପରାସ୍ତ କରି ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲା। ଅନ୍ୟ ପଟେ କୋଟପାଡ଼ ବ୍ଲକର ୧୭ ବର୍ଷରୁ କମ୍ ବାଳକ ଦଳ ମଧ୍ୟ ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ଫାଇନାଲ ମ୍ୟାଚ୍‌ରେ କୁନ୍ଦ୍ରା ବ୍ଲକଠାରୁ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଥିଲା ! ଅନ୍ୟ ଏକ ପ୍ରତିଯୋଗିତାରେ କୋଟପାଡ଼ ବ୍ଲକର ୧୪ ବର୍ଷରୁ କମ୍ ବାଳିକା ଦଳ ମଧ୍ୟ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଫାଇନାଲ ମ୍ୟାଚ୍‌ରେ ଦଶମନ୍ତପୁର ବ୍ଲକ ସହିତ ଖେଳି ଉପବିଜେତା ହେବାର ଗୌରବ ଅର୍ଜନ କରିଥିଲା। ୧୬ ଅକ୍ଟୋବର ୨୦୨୬ ତାରିଖରେ ଉଦଯାପନୀ ଉତ୍ସବ ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷଙ୍କ ଦ୍ୱାରା ଏହି କବାଡ଼ି ପ୍ରତିଯୋଗିତାର ସମାପନ କରାଯାଇଥିଲା।
ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତାରେ କୋଟପାଡ଼ ବ୍ଲକର ତିନୋଟି ଦଳ ଫାଇନାଲରେ ପ୍ରବେଶ କରିବା ସହିତ ଗୋଟିଏ ଦଳ ବିଜେତା ଏବଂ ଦୁଇଟି ଦଳ ଉପବିଜେତା ହେବା ବ୍ଲକ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ଦଳ ସହିତ ଜଡ଼ିତ ସମସ୍ତଙ୍କୁ ଅଞ୍ଚଳବାସୀଙ୍କ ଦ୍ୱାରା ଶୁଭେଚ୍ଛା ଓ ଅଭିନଦନ ଜଣାଯାଇଥିଲା ! ମ୍ୟାନେଜର ସୌଭାଗ୍ୟ ରଞ୍ଜନ କାନର, କୋଚ ସମୀର ମିଶ୍ର ଏବଂ କୋଟପାଡ଼ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ପ୍ରଭାସିନ ଲିମାଲ ଙ୍କ ତତ୍ୱାବଧାନରେ ଏହି ସଫଳତା ହାସଲ ପାଇଥିବା ଜଣାଯାଇଛି !

Leave a Reply

Your email address will not be published. Required fields are marked *