ପଞ୍ଜାବ: ପଞ୍ଜାବ ସଂଗୁର ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏହି ଶ୍ରମିକମାନେ ରାସ୍ତାକଡ଼ରେ ବସିଥିବା ବେଳେ ଏକ ଦ୍ରୁତଗାମୀ କାର୍ ସେମାନଙ୍କ ଉପରେ ଚଢି ଯାଇଥିଲା । ୫ ଜଣ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ୪ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି । ଲେହରାଗାଗା-ଝକାର ରୋଡ ମଧ୍ୟବର୍ତ୍ତି ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଶ୍ରମିକମାନଙ୍କ ମୃତ୍ୟୁରେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ବରିନ୍ଦର କୁମାର ଗେୟଲ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ















Leave a Reply