କଲିକତା : କଲକତା ଚୋର ବାଗାନ ଦୁର୍ଗାମଣ୍ଡପ ଦଳା ଚକଟା ଘଟଣାରେ ଗିରଫ ୭ ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇଛି ସ୍ଥାନୀୟ ପୁଲିସ । ଏହି ୭ ଜଣ ହେଲେ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ସମିତି ସମ୍ପାଦକ ରାଜ କୁମାର, ଉପସଭାପତି ସାନ୍ତନୁ ଦୁବେ, ମେଢ ତିଆରି କରିଥିବା ବିପ୍ଳବ ମୁଖାର୍ଜୀ, ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କୌଶିକ ସାହା ଏବଂ ପିଂଟୁ ଦୁବେ, ଘରୋଇ ସୁରକ୍ଷା ସଂସ୍ଥା ଦାୟିତ୍ୱରେ ଥିବା ସୁମନ ଚର୍କବର୍ତ୍ତୀ ଏବଂ ରାଜେଶ ପାଲ । ଉଲ୍ଲେଖଯୋଗ୍ୟ ଶନିବାର ସନ୍ଧ୍ୟା ୭.୪୦ ମିନିଟରେ ଅଚାନକ ବର୍ଷା ଯୋଗୁ ଏହି ଦୁର୍ଗାମଣ୍ଡପରେ ଦଳାଚକଟା ଘଟିଥିଲା ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ପୁଲିସ ପକ୍ଷରୁ ପ୍ରାରମ୍ଭିକ ଅନୁସନ୍ଧାନ ପରେ ଉପରୋକ୍ତ ୭ ଜଣଙ୍କୁ ରବିବାର ଗିରଫ କରାଯାଇ ବଂଶାଲ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା ।ଏବଂ ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମଗାଯାଇଥିଲା । ମାନ୍ୟବର ଅଦାଲତ ପୁଲିସର ଆବେଦନକୁ ଗ୍ରହଣ କରି ଉପରୋକ୍ତ ବ୍ୟକ୍ତିମାନଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।
କଲିକତା ପୂଜା ମଣ୍ଡପ ଦଳା ଚକଟା ଘଟଣା: ୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେଲା ପୁଲିସ















Leave a Reply