କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର କ୍ଲିନ୍ ସୁଇପ୍

କେନ୍ଦୁଝର: କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର କ୍ଲିନ୍ ସୁଇପ୍ । ସଭାପତି ଓ ସମ୍ପାଦକ ପଦ ହାତେଇ ନେଇଛି ଏବିଭିପି । ସଭାପତି ଭାବେ ଶୁଭମ ନାୟକ ଏବଂ ସମ୍ପାଦକ ଭାବେ ଚିନ୍ମୟ ବାରିକ ବିଜୟୀ ହୋଇଛନ୍ତି । ବିଜୟ ପରେ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କହିଛନ୍ତି ନବନିର୍ବାଚିତ ଛାତ୍ର ପ୍ରତିନିଧି ।
ଧରଣୀଧର ବିଶ୍ୱବିଦ୍ୟାଳୟରେ ପ୍ରଥମ ଛାତ୍ର ସଂସଦ ନିର୍ବାଚନ । ଆଉ ପ୍ରଥମ ନିର୍ବାଚନରେ ହିଁ ଏବିଭିପିର ବଡ଼ ବିଜୟ । ସଭାପତି ଓ ସମ୍ପାଦକ ସମେତ ସମସ୍ତ ପଦରେ ବାଜିମାତ୍ କରିଛି ଏବିଭିପି । ତାଙ୍କ ସମର୍ଥକ ମାନେ ତାଙ୍କୁ କାନ୍ଧରେ ବସାଇ କ୍ୟାମ୍ପସ ରେ ବୁଲାଇବା ସହ ବାଜା ବଜାଇ ବିଜୟୀ ଉତ୍ସବ ମାନାଉଛନ୍ତି ।
ସମୁଦାୟ ୧୯୬୬ ଭୋଟ ପଡିଥିବା ବେଳେ ସେଥି ମଧ୍ୟରୁ ସଭାପତି ପଦ ପ୍ରାର୍ଥୀ bcjd 763 ଭୋଟ ପାଇଥିବା ବେଳେ ABVP 1203 ଭୋଟ ପାଇ 440 ଭୋଟ ବ୍ୟବଧାନରେ ବିଜୟୀ ହୋଇଛି ।
ସଭାପତି ଭାବେ ଶୁଭମ ନାୟକ ଏବଂ ସମ୍ପାଦକ ଭାବେ ଚିନ୍ମୟ ବାରିକ ବିଜୟୀ ହୋଇଛନ୍ତି । ବିଜୟ ପରେ ନବନିର୍ବାଚିତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି । ନିର୍ବାଚନ ସମୟରେ ଛାତ୍ରଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପ୍ରାଥମିକତା ଦେଇ ପୂରଣ କରିବେ ବୋଲି କହିଛନ୍ତି ସେମାନେ । ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନକୁ ସମ୍ମାନ ଦେଇ କ୍ୟାମ୍ପସ୍‌ର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାମ କରିବା ହିଁ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ।
ଛାତ୍ରଛାତ୍ରୀଙ୍କ ବିପୁଳ ସମର୍ଥନକୁ ନିଜର ବିଜୟର ଆଧାର ବୋଲି କହିଛନ୍ତି ନବନିର୍ବାଚିତ ପ୍ରତିନିଧି । ଏବେ ସମସ୍ତଙ୍କ ନଜର, ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର ବାସ୍ତବ ରୂପ ନେଉଛି ।

Leave a Reply

Your email address will not be published. Required fields are marked *