ଚାରିଗଡ ମହାବିଦ୍ୟାଳୟ ନିର୍ବାଚନ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭାପତି ଓ ସାଧାରଣ ସଂପାଦକ ବିଜୟୀ

ତେଲକୋଇ – ଛାତ୍ର ସଂସଦ ନିର୍ବାଚନରେ ଆଯି ଚାରିଗଡ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭାପତି ପ୍ରାର୍ଥୀ ଆଶିଷ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସଂପାଦକ ମନୋଜ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭାପତି ପ୍ରାର୍ଥୀ ଆଶିଷ କୁମାର ସାହୁ ୨୩୪ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ଓମ ପ୍ରକାଶ ବେହେରା ଙ୍କୁ ପରାସ୍ତ କରିଛନ୍ତି। ଓମ ପ୍ରକାଶ ବେହେରା ୨୧୦ଖଣ୍ଡ ଭୋଟ ପାଇଥିବା ବେଳେ ୨୬ଖଣ୍ଡ ଭୋଟ ନାକଚ ହୋଇଥିଲା। ସେହିପରି ସାଧାରଣ ସଂପାଦକ ମନୋଜ କୁମାର ସାହୁ ୨୩୨ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ସୋନାଲୀ ମହାକୁଡ଼ ଙ୍କୁ ପରାସ୍ତ କରିଥିଲେ। ସୋନାଲୀ ମହାକୁଡ଼ ୨୧୫ଖଣ୍ଡ ଭୋଟ ପାଇଥିବା ବେଳେ ୨୩ଖଣ୍ଡ ଭୋଟ ନାକଚ ହୋଇଛି। ତେବେ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଉପସଭାପତି ଭାବେ ମୈତ୍ରୀ ପ୍ରିୟା ସାହୁ ଓ ସହ ସଂପାଦକ ଭାବେ ଅଂଶୁମାନ ସାମଲ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *