ଭୁବନେଶ୍ୱର : ‘ଭାରତୀୟ ପ୍ରଶାସନିକ ସେବା’ (ଆଇଏଏସ) ସ୍ତରରେ ମଙ୍ଗଳବାର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।
ପୋମା ଟୁଡୁ ହେଲେ କୃଷି ବିଭାଗ ନିର୍ଦ୍ଦେଶକ ଏଥିସହ ପୋମା ଟୁଡୁଙ୍କୁ କାଜୁ ଉନ୍ନୟନ ନିଗମ ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସଂଗ୍ରାମ କେଶରୀ ମହାପାତ୍ର ହେଲେ ଉତ୍ତରାଞ୍ଚଳ ରେଞ୍ଜ୍ ଆରଡିସି। ଏଥିସହ WODC ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶୁଭମ ସାକ୍ସେନାଙ୍କୁ BDA ଉପାଧ୍ୟକ୍ଷ ଦାୟିତ୍ବ ମିଳିଥିବା ବେଳେ ଗାଭାଲି ପରାଗ ହର୍ଷଦଙ୍କୁ ମିଳିଲା NHM ଏମଡି ଦାୟିତ୍ବ। ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ୍ RDC ଦାୟିତ୍ବ ଏବଂ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରଣତି ଛୋଟରାୟ ହେଲେ ଓମ୍ଫେଡ୍ ଏମଡି। ସେହିପରି ଶୁବ୍ର କୁମାର ପଣ୍ଡାଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
ରାଜ୍ୟରେ IAS ସ୍ତରରେ ବଡଧରଣର ଅଦଳ ବଦଳ












Leave a Reply