ପାରଳାଖେମୁଣ୍ଡି: : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଭୋଟର ତାଲିକାରେ ହୋଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଭୋଟ ସଂଶୋଧନ ପ୍ରକ୍ରିୟାରେ ଉଦ୍ଦେଶ୍ୟମୂଳକ ଗଡ଼ ବଡ଼ି କରିବା ଅଭିଯୋଗରେ ମୂଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ବିରୋଧ କରିଛି ସିପିଆଇଏମ। ଏସ ଆଇ ଆର ବାତିଲ କରିବା ସହ ନିୟମିତ ବ୍ୟବଧାନରେ ସଠିକ୍ ଭାବେ ଭୋଟର ତାଲିକା ସଂଶୋଧନ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦବୀରୁ ହଟାଇବା ଦାବି ସହ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ନୂତନ ଆଇନକୁ ବାତିଲ କରି ଭାରତୀୟ ନିର୍ବାଚନ ଆୟୋଗ (ECI) ର ସ୍ୱାଧୀନତା ଓ ସ୍ୱାୟତ୍ତତା ସୁନିଶ୍ଚିତ କରିବା ପାଇଁ ଦାବି କରିଛନ୍ତି ବିକ୍ଷୋଭକାରୀ। ନିର୍ବାଚନରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ଲାଗୁ କରିବା, ଟଙ୍କା ଓ ବାହୁବଳର ପ୍ରଭାବ ରୋକିବା ଏବଂ ନିର୍ବାଚନରେ ରାଷ୍ଟ୍ର ପକ୍ଷରୁ ଆର୍ଥିକ ସହାୟତା (State Funding of Elections) ପ୍ରଦାନକୁ ପ୍ରାଥମିକତା ଦେବା ନେଇ
ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରି ଆସୁଛନ୍ତି। ନୂତନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR) ଦ୍ୱାରା ଦେଶର ଲକ୍ଷ ଲକ୍ଷ ବୈଧ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଯାଇଛି । ଏହି ପରିପ୍ରେକ୍ଷୀରେ ଜନସାଧାରଣ ଓ ସମର୍ଥକମାନଙ୍କୁ ନିଜର ସ୍ୱର ଉତ୍ତୋଳନ କରିବା ସହ ଆସନ୍ତା ୧ ନଭେମ୍ବରରେ ଦିଲ୍ଲୀରେ ଏକତ୍ରିତ ହେବାକୁ ଏହି ବିକ୍ଷୋଭ ମାଧ୍ୟମରେ ଆହ୍ୱାନ କରାଯାଇଛି।
ଭୋଟର ତାଲିକା ସଂଶୋଧନ ଦାବିରେ ସିପିଏମର ବିକ୍ଷୋଭ














Leave a Reply