ଗଜପତି : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ଅବସ୍ଥିତ ମହାରାଜା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତିଙ୍କ ଐତିହାସିକ ପ୍ୟାଲେସ୍ ଏବଂ ଏହା ନିକଟସ୍ଥ ରାଜା ନହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ରାଣୀ କଲ୍ୟାଣୀ ଦେବୀଙ୍କ ନିର୍ଦ୍ଦେଶକ୍ରମେ ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବା ରାଜା ନହର ଓ ପ୍ୟାଲେସ୍ ଉପରେ ଉଠିଥିବା ଅନାବନା ଗଛଲତା ସଫା କରିବା ପାଇଁ ବିଜୟନଗରମ୍ରୁ ଏକ ବଡ଼ କ୍ରେନ୍ ଅଣାଯାଇଥିଲା। ଏହି କ୍ରେନ୍ ସହାୟତାରେ ଉଚ୍ଚ ସ୍ଥାନରେ ଉଠିଥିବା ଗଛଲତା କାଟିବା ସହ ସଫେଇ କାର୍ଯ୍ୟ କରାଯାଇଥିଲା।
ଦୀର୍ଘ ବର୍ଷ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଐତିହାସିକ ରାଜା ନହରର ପୁରୁଣା ଗୌରବ ଓ ସୌନ୍ଦର୍ଯ୍ୟ ପୁନରୁଦ୍ଧାର ହେବା ନେଇ ଆଶା ପ୍ରକାଶ ପାଇଛି। ଏହି ପଦକ୍ଷେପ ଦ୍ୱାରା ପ୍ୟାଲେସ୍ର ଚାରିପାଖର ପରିବେଶ ଅଧିକ ପରିଷ୍କାର ହେବା ସହ ଏହି ଐତିହାସିକ ସ୍ଥାନର ଆକର୍ଷଣ ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି।
ସ୍ଥାନୀୟ ବାସିନ୍ଦା ଏବଂ ଜଗନ୍ନାଥ ମନ୍ଦିର କମିଟିର ସଦସ୍ୟମାନେ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ପାରଳାଖେମୁଣ୍ଡିର ଏହି ଐତିହାସିକ ସମ୍ପଦର ସଂରକ୍ଷଣ ଓ ସୌନ୍ଦର୍ଯ୍ୟ ବଜାୟ ରଖିବା ଦିଗରେ ଏଭଳି ପ୍ରୟାସ ଜାରି ରହିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି.
ରାଣୀ କଲ୍ୟାଣୀ ଦେବୀଙ୍କ ପ୍ରୟାସରେ ରାଜା ନଅରର ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ














Leave a Reply