ବିଜେପି ସଂଗଠନରେ ମାନସ ମହାନ୍ତିଙ୍କୁ ମିଳିଲା ପୁଣି ସୁଯୋଗ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ସଂଗଠନରେ ମାନସ ମହାନ୍ତିଙ୍କ ଦାୟିତ୍ୱ ଅପରିବର୍ତ୍ତିତ ରହିଛି। ସେ ପୁଣି ଦଳର ସଂଗଠନ ସାଧାରଣ ସମ୍ପାଦକ ପଦ ବଜାୟ ରଖିଛନ୍ତି। ଏନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି।କେନ୍ଦ୍ରୀୟ ସଂଗଠନରେ ମଧ୍ୟ ଦାୟିତ୍ୱ ବଣ୍ଟନ କରାଯାଇଛି। ସୌଦାନ ସିଂହଙ୍କୁ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ଦାୟିତ୍ୱ ଦିଆଯାଇଛି।ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ରାଜ୍ୟ ଓ ଜାତୀୟ ସ୍ତରରେ ସାଙ୍ଗଠନିକ କାର୍ଯ୍ୟକୁ ସମନ୍ୱୟ କରିବା ଦିଗରେ ଏହି ଦାୟିତ୍ୱ ବଣ୍ଟନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *