:ପୁଣି ବଙ୍ଗୋପସାଗରରେ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା

ଭୁବନେଶ୍ଵର:ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରଣାଳୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ ବୋଲି କିଛି ବିଦେଶୀ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ଆକଳନ କରିଛନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏପର୍ଯ୍ୟନ୍ତ ବାତ୍ୟା ସମ୍ପର୍କରେ କୌଣସି ନିଶ୍ଚିତ ଆକଳନ କରାଯାଇନାହିଁ।

 ଉତ୍ତର ତାମିଲନାଡୁ ଉପକୂଳ ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଉପର ବାୟୁ ସଞ୍ଚାଳନ ପ୍ରକ୍ରିୟା ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା ୨୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *