ସଞ୍ଜୁ ସାମସନ ଓ ନମନ ଧୀରଙ୍କ ବିସ୍ଫୋରକ ବ୍ୟାଟିଂ : ୨୨୬ ରନ୍‌ର ଟାର୍ଗେଟ୍‌ ହାସଲ କରି ଇତିହାସ ରଚିଲା ଭାରତ

କ୍ରାଏଷ୍ଟଚର୍ଚ୍ଚ: ସଞ୍ଜୁ ସାମସନ ଓ ନମନ ଧୀରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି ଭାରତ। ଗୁରୁବାର କ୍ରାଏଷ୍ଟଚର୍ଚ୍ଚର ହାଗଲି ଓଭାଲ୍‌ରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ରେ ଭାରତ ୨୨୬ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୪ ୱିକେଟ୍‌ରେ ବିଜୟୀ ହୋଇଛି। ଆଉ ମାତ୍ର ଦୁଇଟି ବଲ୍‌ ବାକି ଥାଇ ଭାରତ ଏହି ରୋମାଞ୍ଚକର ବିଜୟ ହାସଲ କରିବା ସହ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଟି-୨୦ କ୍ରିକେଟ୍‌ରେ ଭାରତର ଏହା ସର୍ବାଧିକ ସଫଳ ରନ୍‌ ପିଛା ବିଜୟ।

Leave a Reply

Your email address will not be published. Required fields are marked *