ଭୁବନେଶ୍ବର: ବରାତ୍ରିକୁ ନେଇ ଏବେଠୁ ଉତ୍ସାହ ଓ ଉଲ୍ଲାସ। ଦାଣ୍ଡିଆର ତାଳେ ତାଳେ ଝୁମିବେ ରାଜଧାନୀବାସୀ। ଭୁବନେଶ୍ୱର କୋକିଳା ରିସୋର୍ଟରେ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ‘ଦାଣ୍ଡିଆ ରାସ ଲୀଳା’।ତିନିଦିନ ଧରି ଚାଲିବ ଦାଣ୍ଡିଆର ଧୁମ୍। ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ଦାଣ୍ଡିଆ ନୃତ୍ୟର ତାଳରେ ମତୁଆଲା ହେବେ ଦର୍ଶକ। ଉତ୍ସବକୁ ଆହୁରି ରଙ୍ଗୀନ କରିବା ପାଇଁ ମଞ୍ଚରେ ନଜର ଆସିବେ ନାମୀଦାମୀ କଳାକାର ଓ କଣ୍ଠଶିଳ୍ପୀ।
ଏହି ତିନିଦିନିଆ ଉତ୍ସବରେ ମୁଖ୍ୟ ଆକର୍ଷଣ ଜାଜିବେ 17 ତାରିଖ ବଲିଉଡ କଣ୍ଠଶିଳ୍ପୀ ବିନତି ସିଂ , ଡିଜେ ସ୍ପିରିଟ ,ପୁଣ୍ୟ ଅଛନ୍ତି । 18 ତାରିଖରେ କଣ୍ଠଶିଳ୍ପୀ ଐଶା, ଅଙ୍କିତ ମହାନ୍ତି , ଡିଜେ ରାୟନ୍ନ ଓ 19 ତାରିଖରେ କଣ୍ଠଶିଳ୍ପୀ ସୋନମ ଦାସ, ଅଙ୍କର ଲିପ୍ସା ପଣ୍ଡା , ଡିଜେ ୱାସିମ୍ ଙ୍କ ଦ୍ଵାରା ଅନଲିମିଟେଡ଼ ଫନ୍ ସହ ନାଚ ଗୀତ ରେ ଝୁମାଇବେ । ନୃତ୍ୟ, ସଙ୍ଗୀତ ଓ ଉତ୍ସବର ତ୍ରିବେଣୀ ସଙ୍ଗମରେ ନବରାତ୍ରିର ମଜା ନେବେ ରାଜଧାନୀବାସୀ। ଦାଣ୍ଡିଆର ତାଳେ ତାଳେ ଝୁମିବା ସହ ମନୋରଞ୍ଜନର ଭରପୂର ମଜା ଦେବ ଏହି ତିନିଦିନିଆ ମହୋତ୍ସବ। ଏହାସହ 30 ରୁ ଉର୍ଦ୍ଧ ଷ୍ଟଲ ରେ ଷ୍ଟାଟର , ମକଟେଲ ମଜା ଉଠାଇ ପାରିବେ ଦାଣ୍ଡିଆ ପ୍ରେମୀ। ସୀଙ୍ଗିଲ ଙ୍କ ପାଇଁ 1499 ଟଙ୍କା ଥିଲା ବେଳେ କପଲ ଙ୍କ ପାଇଁ 2599 ଟଙ୍କା ରହିଛି। ସେହିଭଳି 6 ରୁ 12 ବର୍ଷ ପିଲାଙ୍କ ପାଇଁ 599 ଟଙ୍କା ଧାର୍ଯ୍ୟ କରାଯାଇଛି । ବୁକ୍ ମାଇ ସୋ ମାଧ୍ୟମରେ ଟିକେଟ ମଧ୍ୟ ନେଇ ପାରିବେ
ନବରାତ୍ରିକୁ ନେଇ ଏବେଠୁ ଉତ୍ସାହ ଓ ଉଲ୍ଲାସ, ଦାଣ୍ଡିଆର ତାଳେ ତାଳେ ଝୁମିବେ ରାଜଧାନୀବାସୀ













Leave a Reply