ଜରାୟୁ ଓ ମୁଖ କର୍କଟ ସଚେତନତା ଶିବିର ଅନୁଷ୍ଠିତ

କାକଟପୁର :କାକଟପୁର ନିତ୍ୟାନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ଜରାୟୁ ଓ ମୁଖ କର୍କଟ ରୋଗ ସଚେତନତା ଶିବିର, ପ୍ରତ୍ୟେକ ବର୍ଷ ରାଜ୍ୟ ତଥା ଭାରତ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଶତକଡା ୭୦ ପ୍ରତିଶତ ଲୋକଙ୍କ ଜୀବନ କର୍କଟ ରୋଗରେ ଯାଉଛି ଆଉ ତା ଭିତରେ ଜରାୟୁ ଓ ମୁଖ୍ କର୍କଟ ରୋଗ ଅନ୍ୟତମ,ପାନ ଗୁଟୁଖା ଗୁଡାକୁ ଧୁମ୍ରପାନ ଭଳି ନିଶା ମଖ କର୍କଟ ମୁଖ୍ୟ ମାର୍ଗ ସାଜିଥିବା ବେଳେଅନେକ ମହିଳାଙ୍କ ଜରାୟୁ କର୍କଟ ମଧ୍ୟ ସ୍ୱତନ୍ତ୍ର ଅଧ୍ୟାୟ କର୍କଟ ଇତିହାସରେ ଯୋଡି ହୋଇଛି, ସରକାର ଙ୍କ ତରଫରୁ ଅନେକ ସଚେତନତା କରିବା ସତେ ସମାଜ ରେ ବ୍ୟକ୍ତିବିଶେଷଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ଦୃଶ୍ୟ ମାନ ହେଉନାହିଁ, ଏହି ପରିପ୍ରେକ୍ଷୀରେ କାକଟପୁର ନିତ୍ୟାନନ୍ଦ ସାହୁ ମହିଳା କଲେଜ ପରିସରରେ କଲେଜ ଯୁବ ରେଡକ୍ରସ ତରଫରୁ ଓ ଭୁବନେଶ୍ୱର ଆଞ୍ଜେଲା ରୋଟାରି କ୍ଳବ ଆନୁକୂଲ୍ୟରେ ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି ଶିବିର ରେ ମହିଳା ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ସଂଗ୍ରାମ ଛାଟୋଇ, ମହାବିଦ୍ୟାଳୟ ଯୁବ ରେଡକ୍ରସ ପରାମର୍ଶଦାତା ପ୍ରଫେସର ଅମୀୟବାଳା ପରିଡା, ଆରସିବି ଆଞ୍ଜେଲା ରୋଟାରିଆନ ତୃପ୍ତିରେଖା ଭଞ୍ଜଦେଓ, ସମ୍ପାଦିକା ପ୍ରଜ୍ଞା ମଧୁମିତା, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ ସମୀକ୍ଷା ନନ୍ଦ ଯୋଗ ଦେଇ ରେଡକ୍ରସ ମାଧ୍ୟମ ରେ ଗ୍ରାମାଞ୍ଚଳ ରେ ଲୋକ ମାନଙ୍କୁ ସଚେତନତା କରିବାକୁ ପରାମର୍ଶ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *