ଗୋପବନ୍ଧୁ ସେବା ଟ୍ରଷ୍ଟ ଓଡିଶା ତରଫରୁ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ନିମାପଡା : ନିମାପଡା ବ୍ଲକ ଅନ୍ତର୍ଗତ ଡେଣୁଆଁ ପଂଚାୟତ ଆଳିପିଙ୍ଗଳସ୍ଥିତ ଐଶାନେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଗୋପବନ୍ଧୁ ସେବା ଟ୍ରଷ୍ଟ ଓଡିଶା ତରଫରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ପାଳନ ସହ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ଆଇନଜୀବୀ ବସନ୍ତ କୁମାର ରାଉତ ଦ୍ୱାରା ଆୟୋଜିତ ଉତ୍ସଵରେ ମୁଖ୍ୟ ଅତିଥିଭାବେ ଶ୍ରୀ ଜଗନ୍ନାଥ ପ୍ରତିଷ୍ଠାନ ଭାରତର ସଭାପତି ଦିଲ୍ଲୀପ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ବୈକୁଣ୍ଠ ପ୍ରଧାନ, ଫୁଲରାଣି ପାଳ,ଉପ ସଭାପତି ରଶ୍ମିତା ଜେନା, ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୁଟୁନି ରାଉତ, ଟ୍ରଷ୍ଟି ତପନ କୁମାର ମୁଦୁଲି, ଅନନ୍ତ ଚରଣ ବେହେରା, ବିଭୁ ପ୍ରସାଦ ସାହୁ, ସୁଶାନ୍ତ ଖଟୋଇ, ଜୟଶ୍ରୀ ପାତ୍ର, ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର ନାଥ ମଲ୍ଲିକ,ସମାଜସେବୀ ଅନ୍ତର୍ଯ୍ୟାମୀ ସେନାପତି, ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ସ୍ଥାନୀୟ ଅଂଚଳର ଏକ ଶହରୁ ଉର୍ଧ୍ଵ କୃତି କଳାକାର ଓ ନିମାପଡା, ଚାରିଛକ ଅଂଚଳର ୨୦ରୁ ଉର୍ଧ୍ଵ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟ କ୍ରମକୁ ବରିଷ୍ଠ ସାମ୍ବାଦିକ ବିକାଶ ଚନ୍ଦ୍ର ବାରିକ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଗକୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଟ୍ରଷ୍ଟର ସଭାପତି ଶ୍ରୀ ରାଉତ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *