କୋମନା ଏକ୍ସ କେଡର ଶିକ୍ଷକ ସଂଘର ନୂଆଁଖାଇ ଭେଟଘାଟ

କୋମନା : ନୂଆପଡା ଜିଲ୍ଲା କୋମନା ବ୍ଲକ ଶିକ୍ଷା ଅଧିନସ୍ଥ ଏକ୍ସ କେଡର ଶିକ୍ଷକ୍ ସଂଘ ଦ୍ୱାରା ଅତି ଗୌରବ ହସ ଉଲ୍ଲାସର ସହିତ ବର୍ଣାଢ୍ୟ ପରିବେଶରେ ପ୍ରଥମ କରି ନୂଆଁଖାଇ ଭେଟ ଘାଟ ତରବୋଡ ମଣ୍ଡି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ନୂଆଁଖାଇ ଭେଟ ଘାଟ ରେ ମୂଖ୍ୟ ଅତିଥି ଭାବରେ ଜୟ ଢୋଲକିଆ,ବିଧାୟକ ନୂଆପଡା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡକ୍ଟର ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ରେଶମ୍ ଲାଲ ନାୟକ , ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ,କୋମନା ରାଧାକାନ୍ତ ତାଣ୍ଡି,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ,କୋମନା ବଲମତ ମାଝୀ, ବରିଷ୍ଠ ଶିକ୍ଷକ ଶରତ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଆଗକୁ ଶିକ୍ଷକ ମାନଙ୍କ ଏକତା ଆହୁରି ମଜବୁତ୍ ହେବ ବୋଲି ଶିକ୍ଷକ ମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *