ଆନନ୍ଦପୁର ମୁ୍ସିପାଲଟି କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ମଣ୍ଡପ ଠାରେ ଆନନ୍ଦପୁର ମୁ୍ସିପାଲଟି କଂଗ୍ରେସ କମିଟି ୱାର୍ଡ ଅଧକ୍ଷ ଓ କର୍ମକର୍ତାଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଇଞ୍ଜିନିଅର ମନୋଜ ଜେନା ତଥା କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତିଙ୍କ ଅଧକ୍ଷତାରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନଗର କଂଗ୍ରେସ ସଭାପତି ହାଡିବନ୍ଧୁ ଖୁଣ୍ଟିଆ, ଜିଲ୍ଲା ସମ୍ପାଦକ ନିତ୍ୟାନନ୍ଦ ସାମଲ, ଅକ୍ଷୟ ମହାନ୍ତି, ଶ୍ରୀଧର ଦଳେଇ, ପ୍ରମୁଖଙ୍କ ସମେତ 16 ଗୋଟି ୱାର୍ଡର ସଭାପତି ଓ କର୍ମକର୍ତା ମାନେ ଯୋଗ ଦେଇ ଥିଲେ |ଆଗାମୀ ମୁନ୍ସିପାଲଟି ନିର୍ଵାଚନକୁ ଦୃଷ୍ଟିରେରଖି ଦଳୀୟ କର୍ମକର୍ତାଙ୍କୁ ପ୍ରସ୍ତୁତ ରହିବା ସହ ଜନ ସମ୍ପର୍କ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଥିଲା | ଏହି ଅବସରରେ ଜିଲ୍ଲା ସଭାପତି ପାର୍ବଣ ଋତୁରେ ଦିନକୁ ୮ ରୁ 10 ଘଣ୍ଟା ଯାଏ ଅଘୋଷିତ ବିଜୁଳି କାଟକୁ ନେଇ ଉଦବେଗ ପ୍ରକଶ କରିଥିଲେ | ତୁରନ୍ତ ଏହାର ସ୍ଥାୟୀ ସମାଧାନ ନ ହେଲେ କଂଗ୍ରେସ ରାଜ ରାସ୍ତାକୁ ଓଲ୍ହେଇବ ବୋଲି ଚେତାବନୀ ଦେଇ ଥିଲେ |

Leave a Reply

Your email address will not be published. Required fields are marked *