ମାଲକାନଗିରି : ଆଜି ମାଲକାନଗିରି ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ବସଷ୍ଟାଣ୍ଡ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା କରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନଙ୍କ କାର୍ଯ୍ୟକାଳ ଏବଂ ପାରିଶ୍ରମିକ ସମ୍ପର୍କରେ ପୁନର୍ବିଚାର ପ୍ରସଙ୍ଗରେ ଦାବି ଜଣାଇଛନ୍ତି। ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ଦୀର୍ଘ ଦିନ ଧରି ପଡିରହିଥିବା କାର୍ଯ୍ୟକାଳ ଏବଂ ପାରିଶ୍ରମିକ ସମ୍ପର୍କି ଦାବି ଓ ସମଷ୍ୟା ବିଚାର କରିବାକୁ ଦାବି କରିଛନ୍ତି। ଦାବିଗୁଡ଼ିକ ଯଥାଶୀଘ୍ର ସମାଧାନ ବିଚାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ ମଧ୍ୟ କରିଛନ୍ତି। ସରକାର ଯଦି ଦାବିଗୁଡିକ ସମାଧାନ ନକରନ୍ତି ତାହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି। ଦାବି ଗୁଡିକ ଯଥା ସମନ୍ବିତ ଶିଶୁ ବିକାଶ ସେବା (ICDS) ପ୍ରକଳ୍ପ ଦ୍ୱାରା କାର୍ଯ୍ୟ କରାଯାଉଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ କର୍ମଚାରୀ ଭାବରେ ମାନ୍ୟତା ପ୍ରଦାନ କରାଯାଉ । ସେହିପରି କର୍ମଚାରୀଙ୍କୁ ମାନ୍ୟତା ପ୍ରଦାନ କରାଯାଇନଥୁବାରୁ, ସେମାନଙ୍କୁ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୩୦,୦୦୦/- ଟଙ୍କା ଏବଂ ସହାୟିକାଙ୍କୁ ମାସିକ ୧୫,୦୦୦/- ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉ। ଗତ ୨୦୨୪ ମସିହା ନିର୍ବାଚନ ଇସ୍ତାହାର ଅନୁଯାୟୀ, ଘୋଷଣା କରାଯାଇଥିବା ପାରିଶ୍ରମିକ ବୃଦ୍ଧି ତୁରନ୍ତ ପ୍ରଦାନ କରାଯାଉ । ଗତ ତା ୩୧/୦୮/୨୦୨୧ ରେ ବିଜ୍ଞପ୍ତି ଜରିଆରେ ଜାରି କରାଯାଇଥିବା ପତ୍ର ସଂଖ୍ୟା: ୨୧୩୫୧ ଅନୁଯାୟୀ ୫୫ ବର୍ଷରୁ ଉର୍ଦ୍ଧ୍ବ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ପ୍ରତିବର୍ଷ କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବାର ବ୍ୟବସ୍ଥାକୁ ପୁନର୍ବିଚାର କରାଯାଉ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୦ ବର୍ଷ ସେବା ପରେ ଅଙ୍ଗନୱାଡି କର୍ମୀମାନଙ୍କୁ ଦୁଇ (୦୨) ବର୍ଷୀୟ ସମ୍ପ୍ରସାରିତ ନିଯୁକ୍ତି କରାଯାଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ। ନେଟୱାର୍କ ସମସ୍ୟା କାରଣରୁ ପୋଷଣ ଟ୍ରାକରେ ତଥ୍ୟ ଏଣ୍ଟ୍ରି ହୋଇନପାରିବା କାରଣରୁ ଅନେକ ଅଙ୍ଗନୱାଡି କର୍ମୀ ମାନଙ୍କର ପାରିଶ୍ରମିକ କାଟି ଦିଆଯାଇଛି, ଯାହାର ପୁନର୍ବିଚାର କରାଯାଇ କଟା ଯାଇଥିବା ପାରିଶ୍ରମିକ ପ୍ରଦାନ କରାଯାଉ ।
ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରକ୍ରିୟା ପ୍ରତିବର୍ଷ ନିୟମିତ ଭାବେ କରାଯିବା ସହିତ ପଦୋନ୍ନତିରେ ବାଧକ ସାଜୁଥିବା ବୟସ ସୀମାକୁ ଉଛେଦ କରାଯାଉ। ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ତିନି (୦୩) ବର୍ଷ ଧରି ବକେୟା ଥିବା ୟୁନିଫର୍ମ ରାଶି ତୁରନ୍ତ ପ୍ରଦାନ କରାଯିବା ସହ ମୋବାଇଲ ରିଚାର୍ଜ ଓ ନେଟ ପ୍ୟାକ ପାଇଁ ରାଶି ନିୟମିତ ଭାବେ ପ୍ରଦାନ କରାଯାଉ I Poshan incentive ବାବଦ ରାଶି ଗତ ପାଞ୍ଚ (୦୫) ମାସ ଧରି ପ୍ରଦାନ କରାଯାଇନାହିଁ । ତେଣୁ ବକେୟା Poshan Incentive ରାଶି ତୁରନ୍ତ ପ୍ରଦାନ କରାଯାଉ ।
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିସ ୱର୍କର୍ସ ଆସୋସିଏସନ୍ ପକ୍ଷରୁ ୧୦ ଦଫା ଦାବି ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ













Leave a Reply