ଅବକାରୀ ଅଫିସ ଘେରିଲେ ଏସବିନୂଆଗାଁ ଗ୍ରାମବାସୀ

କୋଟପାଡ଼:  ଦିନକୁ ଦିନ ତୀବ୍ରତର ହେଲାଣି ମଦ ବିରୋଧୀ ଆନ୍ଦୋଳନ ! ଭାଇରସ ଭଳି ଗୋଟିଏ ଗାଁ ରୁ ଆଉ ଗୋଟିଏ ଗାଁ କୁ ମାଡିଚାଲିଛି ମଦ ବିରୋଧୀ ! ପରିବାର ସହ ଗାଁ କୁ ମଦ ମୃତ୍ୟୁରୁ ରକ୍ଷା କରିବା ସହ ପରିବାରରେ ଶାନ୍ତି ଶୃଙ୍ଖଳା ପାଇଁ ଯେମିତି ଅଣ୍ଟା ଭିଡ଼ିଛନ୍ତି ଗାଁ ର ସମସ୍ତ ମହିଳା ! ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ସୁନାରବେଲି ନୂଆଗାଁ ପଞ୍ଚାୟତରେ ! କିଛି ଦିନ ପୂର୍ବରୁ ମଦ ବନ୍ଦ ପାଇଁ ଗ୍ରାମରେ ବୈଠକ ବସିଥିବା ବେଳେ, ଆଜି ପଞ୍ଚାୟତର ୧୫ ଖଣ୍ଡ ଗ୍ରାମର ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ମହିଳା ହାତରେ ଠେଙ୍ଗା ବାଡ଼ି ଧରି ମଦ ବିରୋଧୀ ନାରା ଦେବା ସହ କୋଟପାଡ଼ ଥାନାଧିକାରୀ ଓ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରଦାନ କରିଥିଲେ ! ଦାବି ମୁତାବକ ଯଦି ପ୍ରଶାସନ କିମ୍ବା ସରକାର ସେମାନଙ୍କ କଥା ଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତା ହେଲେ ଆଗାମୀ ଦିନରେ ମହିଳାମନେ ଆଇନ କୁ ହାତକୁ ନେବା ସହ ରାଜରାସ୍ତାକୁ ଓଲ୍ଲାହିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ! ମହିଳା ମାନଙ୍କ ଏହି ମଦ ବିରୋଧୀ ଆନ୍ଦୋଳନକୁ ଗ୍ରାମର ଯୁବ ସରପଞ୍ଚ ଦେବ ମାଝୀ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ ! ଦେଖିବାକୁ ବାକି ରହିଲା ଆଗକୁ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି !

Leave a Reply

Your email address will not be published. Required fields are marked *