ରୁଷ ସହ ଡିଜେଲ ଚୁକ୍ତି : ଭାରତ ଉପରେ ୧୦୦% ଶୁଳ୍କ ବିଲ୍‌କୁ ରୋକିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ରୁଷ ସହ ଡିଜେଲ ଚୁକ୍ତି କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି। ରୁଷ ସହ କାରବାର କରୁଥିବା ଦେଶ ଉପରେ ଶହେ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଅଣା ଯାଇଥିବା ବିଲକୁ ଟ୍ରମ୍ପ ଏବେ ରୋକି ଦେଇଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କିତ ନିର୍ଦେଶ ଉପରେ ଟ୍ରମ୍ପ ଶୁକ୍ରବାର ସ୍ବାକ୍ଷର କରିଛନ୍ତି। ଏହି ପଦକ୍ଷେପ ଆମେରିକାର ସ୍ୱାର୍ଥ ପାଇଁ ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ଏହି ଆଇନ ଅନୁଯାୟୀ, ରୁଷଠାରୁ ତୈଳ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲଗାଯାଇ ପାରିଥାନ୍ତା। ଏହି ଦେଶଗୁଡ଼ିକ ମଧ୍ୟରେ ଚୀନ୍, ଭାରତ, ସ୍ଲୋଭାକିଆ ସମେତ ହଙ୍ଗେରୀ ଓ ଆଜରବୈଜାନ ସାମିଲ ଥିଲା। ୟୁକ୍ରେନ ଯୁଦ୍ଧକୁ ଖୋରାକ ଯୋଗାଉ ଥିବା ରୁଷ ଆୟର ଉତ୍ସଗୁଡ଼ିକୁ ବନ୍ଦ କରିବା ଏହାର ଉଦ୍ଦେଶ୍ୟ ଥିଲା। ମାତ୍ର ଅନ୍ୟ ଦେଶକୁ ଏ ନେଇ ଧମକ ଦେଉଥିବା ଟ୍ରମ୍ପ ଗତ ୯ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଡିଜେଲ କିଣିବା ନେଇ ଚୁକ୍ତି କରିଥିଲେ। ଆଉ ବିଶ୍ବର ଲାଭ ହେବ ବୋଲି କହିଥିଲେ। ଏହି ନିଷ୍ପତ୍ତିକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କି ତୀବ୍ର ସମାଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *