ମାଲକାନଗିରି,: ଦୀର୍ଘ ଆଠ ବର୍ଷ ପରେ ଆରମ୍ବ ହୋଇଥିବା ଛାତ୍ର ସାଂସଦ ନିର୍ବାଚନ ପାଇଁ କାଲିମେଳା ବ୍ଲକ ଅଧୀନ ଗୋପବନ୍ଧୁ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ର ଅଜୟ ମାଢି, ପ୍ରଣିତ କୁମାର ବିହାରୀ, ବିଳାଶ ମଣ୍ଡଳ, କିଶୋର ମାଡକାମୀ, କୈଳାସ କୁମାର ମାଢି ପାଞ୍ଚ ଜଣ ସଭାପତି ପଦ ପାଇଁ ନିର୍ବାଚନ ଲୋଡ଼ିବା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ତହିଁ ମଧ୍ୟ ରୁ ଜଣକୁ ସ୍କୁଟିନିଙ୍ଗ ରେ ବୟସ ଅଧିକା ଥିବା ଦର୍ଶାଇ ବିଳାସ ମଣ୍ଡଳ ର ପ୍ରାର୍ଥୀ ପତ୍ର ରିଜେକ୍ଟ କରାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର କିଶୋର ମାଡକାମୀ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିବା ବେଳେ ଅନ୍ୟଜଣେ ପରୀକ୍ଷା ରେ ଫେଲ ବା ବେକ ଲାଗିଥିବା ଛାତ୍ର ଅଜୟ ମାଢି ର ପ୍ରାର୍ଥୀ ପତ୍ର କାହିଁକି ରିଜେକ୍ଟ କରାଯାଇ ନାହିଁ ବୋଲି ଚର୍ଚ୍ଚା ର ବିଷୟ ପାଲଟିଛି।ଏ ନେଇ କଲେଜ କତୃପକ୍ଷ ଙ୍କୁ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦୀତା କରୁଥିବା ଅନନ୍ୟା ଛାତ୍ର ଛାତ୍ରୀ ଲିଖିତ ଅଭିଯୋଗ କରିବା ସତ୍ୱେ ମଧ୍ୟ କଣ ପାଇଁ କାହିଁକି ଫେଲ, ବେକ ଲାଗିଥିବା ଛାତ୍ର ନାମ ଙ୍କୁ ରିଜେକ୍ଟ କରାଯାଉ ନାହିଁ ବୋଲି ଆଲୋଚନା ବିଷୟ ପାଲଟିଛି।ଯାଫଳରେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ର ଗୋପବନ୍ଧୁ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର ସାଂସଦ ନିର୍ବାଚନ ରେ ଦେଖା ଦେଇଛି ବ୍ୟାପକ ଦୁର୍ନୀତି।ନିର୍ବାଚନ ଲୋଡ଼ିବା ର ନିୟମ ରହିଛି ଯେ ଯାର ଅଧିକ ବୟସ ଓ ନିର୍ବାଚନ ରେ ପ୍ରତିଦ୍ବନ୍ଦତା କରୁଥିବା ଛାତ୍ର ର ରେଜଲ୍ଟ କ୍ଲିଅର ନ ଥିବ କିମ୍ବା ଫେଲ, ବେକ ଲାଗିଥିବା ଛାତ୍ର ନିର୍ବାଚନ ରେ ପ୍ରତିଦ୍ବନ୍ଦୀତା କରି ପାରିବ ନାହିଁ କିନ୍ତୁ ଏଠାରେ ସ୍କୁଟିନିଙ୍ଗ ରେ ଅଧିକ ବୟସ ଥିବାଦର୍ଶାଇ ଜଣେ ଛାତ୍ର ବିଳାସ ମଣ୍ଡଳ ର ନାମାଙ୍କନ ପତ୍ର ରିଜେକ୍ଟ କରାଯାଇଛି ପ୍ରାର୍ଥୀପତ୍ର କୁ ନାକଜ କରାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଅଜୟ ମାଢି ବେକ ତଥା ଫେଲ ହୋଇଥିବା ସତ୍ୱେ ତାର ନାମାଙ୍କନ ପ୍ରାର୍ଥୀପତ୍ର ରିଜେକ୍ଟ ବା ନାକଜ କାହିଁକି କରାଯାଇ ନାହିଁ ଓ ନିର୍ବାଚନ ରେ ପ୍ରତିଦ୍ବନ୍ଦୀତା କରିବା ପାଇଁ ସୁଯୋଗ ଦିଆଯାଉଅଛି । କେଉଁ କାରଣ ଯୋଗୁଁ କଲେଜ କତୃପକ୍ଷ ପକ୍ଷ ଙ୍କ ଦ୍ୱାରା ଏଭଳି ବୈମାତୃକ ମୋନ ଭାବ ଦେଖା ଯାଇଛି ସେ ନେଇ ତଦନ୍ତ ହେଉ ବୋଲି ଛାତ୍ର ସାଂସଦ ନିର୍ବାଚନ ରେ ପ୍ରତିଦ୍ବନ୍ଦୀତା କରୁଥିବା ଛାତ୍ର ଛାତ୍ରୀ ମାନେ ଦାବି କରିଛନ୍ତି ଓ ଏହାର ନିରପେକ୍ଷ ତଦନ୍ତ ହେଉ ବୋଲି ଦାବି କରିଛନ୍ତି। ଏବଂ ଫେଲ ହୋଇ ମଧ୍ୟ ଛାତ୍ର ସାଂସଦ ନିର୍ବାଚନ ରେ ଭାଗ ନେଉଥିବା କେଣ୍ଡିଡେଟ ର ନାମାଙ୍କନ ନାକଜ କରିବା ପାଇଁ ଦାବି ହୋଇଛି।ଯଦି ଅଯୋଗ୍ୟ ଛାତ୍ର କୁ ଛାତ୍ର ସାଂସଦ ନିର୍ବାଚନ ରେ କଲେଜ କତୃପକ୍ଷ ଙ୍କ ଦ୍ୱାରା ନିର୍ବାଚନ ରେ ପ୍ରତିଦ୍ବନ୍ଦୀତା କରିବା ପାଇଁ ସୁଯୋଗ ଦିଆ ଯାଏ ତାହେଲେ ଧାରଣ ଓ ପ୍ରତିବାଦ କରାଯିବ କଲେଜ ସମ୍ମୁଖ ରେ ଏବଂ ତା ସହିତ ରାଜରାସ୍ତା ମଧ୍ୟ ଅବରୋଧ କରାଯିବ ବୋଲି ଛାତ୍ର ଛାତ୍ରୀ ମହଲ ରେ ଦାବି ଜର ଧରିଛି। ଯଦି କୌଣସି ଅଶାନ୍ତ ପରିସ୍ଥିତି ଉପୁଜେ ସେଇଥିପାଇଁ ଦାୟୀ ରହିବେ କଲେଜ ର ପ୍ରିନ୍ସସିପାଲ ବୋଲି ପ୍ରକାଶ କରିଛନ୍ତି।ଏ ନେଇ ଗୋପବନ୍ଧୁ ଆଞ୍ଚଳିକ ଡିଗ୍ରୀ କଲେଜ ର ପ୍ରିନସିପାଲ ପ୍ରଶାନ୍ତ କୁମାର ମିଶ୍ର ଙ୍କୁ ମୋବାଇଲ ଫୋନ ଦ୍ୱାରା ଯୋଗାଯୋଗ କରି ପଚାରି ବୁଝିବାରୁ ସେ କହିଲେ ହଁ କଲେଜ ପକ୍ଷ ରୁ ଭୁଲ ହୋଇଛି ବର୍ତମାନ ସମୟ ର ଅଭାବ ସେମିତି ରେ ହିଁ ଛାତ୍ର ସାଂସଦ ନିର୍ବାଚନ ଚଲେଇ ଦେବା ମୋର ଭୁଲ ହୋଇ ଯାଇଛି ବୋଲି ସ୍ୱୀକାର କରୁଛନ୍ତି। ଯାହାକି ସମ୍ପୂର୍ଣ ରୂପେ ଛାତ୍ର ସାଂସଦ ନିର୍ବାଚନ ର ନିୟମ କୁ ଉଲଘଂନ କରାଯାଇ ଉଦ୍ୟାଶ ମୂଳକ ଭାବେ ନିର୍ଦିଷ୍ଟ ଛାତ୍ର ଅଜୟ ମାଢି କୁ ସହଯୋଗ କରିବା ଯାଇ ଏଭଳି ପଦକ୍ଷେପ କଲେଜ ପକ୍ଷ ରୁ ନିଆଯାଉଛି ବୋଲି ଆଲୋଚନା ହେଉ ଅଛି ଛାତ୍ର ଛାତ୍ରୀ ମୋହଲ ରେ।ଅନ୍ୟପଟେ ଏ ନେଇ ପ୍ରତିବାଦ କରୁଥିବା ଛାତ୍ର ମାନଙ୍କ ସେମାନଙ୍କ ଭବିଷ୍ୟତ ରେ ପରୀକ୍ଷା ରେ ଫେଲ କରେଇ ଦେବା ସମ୍ପର୍କ ମଧ୍ୟ ଧମକ ଦେଉଛନ୍ତି କଲେଜ ପ୍ରିନସିପାଲ ପ୍ରଶାନ୍ତ କୁମାର ମିଶ୍ର ତାର ଅଡିଓ ରେକର୍ଡ ମଧ୍ୟ ରହିଛି। ଆଉ ନାମାଙ୍କନ ପତ୍ର ଦାଖଲ କରିବ ଦିନ ର ପୂର୍ବ ଦିନ ବିଳମ୍ବିତ ରାତିରେ ସମ୍ପୃକ୍ତ କଲେଜ ଅଧ୍ୟାପକ ମୁନା ବେହେରା ବେକ ଲାଗିଥିଲେ ନାମାଙ୍କନ ପତ୍ର ଦାଖଲ କଲେ ଖାରୋଜ କରାଯିବ ବୋଲି କହିଥିବା ଓ ଇଲେକ୍ସନ ନ ଲୋଡ଼ିବା ପାଇଁ ଧମକ ଦେଉଥିବା ଓଡିଓ ରେକର୍ଡ ମଧ୍ୟ ରହିଛି
କାଲିମେଳା ଡ଼ିଗ୍ରୀ କଲେଜରେ ଛାତ୍ର ସାଂସଦ ନିର୍ବାଚନ : ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ଦେବା ନେଇ ଧମକ ଅଭିଯୋଗ













Leave a Reply