ନିମାପଡାରେ ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡକରା ସଫଳ

: ନିମାପଡା.ଅସ୍ତରଙ୍ଗ, ଇଣ୍ଡିଆ ମେଣ୍ଟ ତରଫରୁ ଗୁରୁବାର ଦିନ ଦିଆ ଯାଇଥିବା ୧୨ଘଣ୍ଟିଆ ଓଡିଶା ବନ୍ଦ ଅସ୍ତରଙ୍ଗ ଅଞ୍ଚଳରେ ସଫଳ ହୋଇଛି l ମେଣ୍ଟ ତରଫରୁ ଦିଆ ଯାଇଥିବା ଓଡିଶା ବନ୍ଦ ପ୍ରଭାବରେ ଅସ୍ତରଙ୍ଗ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯାଳୟ, ଯାନ ବାହନ ଚଳାଚଳ ଆଦି ବନ୍ଦ ରହିଥିବାର ଦେଖି ବାକୁ ମିଳି ଥିଲା l ବିଭିନ୍ନ ଦଳ ତଥା କଂଗ୍ରେସ ଦଳ ପିସିସିର ସାଧାରଣ ସମ୍ପାଦକ ବିଶ୍ଵଭୂଷଣ ଦାସ,କମ୍ୟୁନିଷ୍ଟ ଦଳ ତରଫରୁ କୃଷକ ସଂଘ ର ଜାତୀୟ ଉପ ସଭାପତି ଆସିଷ କୁମାର କାନୁନଗୋ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ପ୍ରତାପ କୁମାର ଖୁଣ୍ଟିଆ, ଜିଲ୍ଲା କଂଗ୍ରେସର ଉପ ସଭପତି ବିକାଶ ବାରିକ, ବରିଷ୍ଠ କଂଗ୍ରେସ ନେତା ବାଉରୀବନ୍ଧୁ ମହାନ୍ତି,କଂଗ୍ରେସ ନେତା ସୁରେନ୍ଦ୍ର ନାଥ ନାୟକ, (ଗୋଲି )ପ୍ରମୁଖ ରାଲି କରି, ବିଭିର୍ଣ୍ଣ ସ୍ଲୋଗାନ ଦେଇ ବି ଜେ ପି ସରକାର ଙ୍କର ଭୋଟ ଚୋରି, ସମ୍ବିଧାନ ବଞ୍ଚାଅ ସହ ଦେଶ ବଞ୍ଚାଅ ଆଦି ସ୍ଲୋଗାନ ଦେଇ ରାସ୍ତା ପରିକ୍ରମା କରି ଥିଲେ l ଏହି ସବୁ କାର୍ଯ୍ୟକ୍ରମ ରେ କାକଟପୁର, ଅସ୍ତରଙ୍ଗ ବ୍ଲକ ର ସି, ପି, ଆଇ,ର ସାଧାରଣ ସମ୍ପାଦକ ସୁରେଶ ବିଶ୍ୱାଳ, ଜିଲ୍ଲା କଂଗ୍ରେସ ର ସମ୍ପାଦକ ଅଶୋକ ବିଶ୍ୱାଳ ଓ ଦୀନବନ୍ଧୁ ବେହେରା, ଙ୍କ ସମେତ ଜୁମର ବାରିକି, ପ୍ରଶାନ୍ତ ନାୟକ,ଅଜୟ କୁମାର ବାରିକି ତୁଷାର ନାୟକ, ଅଜୟ ମୁଦୁଲି,ଭାଗବତ ସ୍ୱାଇଁ ଙ୍କ ସମେତ ବହୁ ଜନତା ସାମିଲ ହୋଇ ଓଡିଶା ବନ୍ଦକୁ ସଫଳ କରିଥିଲେ

Leave a Reply

Your email address will not be published. Required fields are marked *