ଖପ୍ରାଖୋଲ:ଇଣ୍ଡି ମେଣ୍ଟର ବନ୍ଦ ଡାକରାକୁ ଓଡିଶା କଂଗ୍ରେସର ଓଡିଶା ବନ୍ଦ ପାଳନକୁ ଜନସାଧାରଣ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି l ଚାରିଦଫା ଦାବୀ ଭୋଟ ଚୋରୀ ଘଟଣାର ମୁଖ୍ୟ ଷଡଯନ୍ତ୍ର କାରି ଜ୍ଞାନେସ କୁମାର ଇସ୍ତଫା, MMDR ବିଳ ପ୍ରତ୍ୟାହାର, SIR ପ୍ରକ୍ରିୟା କରଣ,ଓଡିଶାରେ ବିଦ୍ୟାଳୟ ଭୁଲ ବହି ଛପାରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବୀକୁ ନେଇ ଖପ୍ରାଖୋଲ ବ୍ଲକ କଂଗ୍ରେସ ଦଳ ତରଫରୁ ପିକେଟିଙ୍ଗ କରି ସମ୍ପୂର୍ଣ୍ଣ ବନ୍ଦ ପାଳନ କରିଥିଲେ l କେବଳ ଓଡିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷା ଯୋଗୁଁ ଖୋଲାଥିବା ବେଳେ ବ୍ଲକର ସମସ୍ତ ସ୍କୁଲ କଲେଜ ସରକାରୀ ଅଫିସ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ବେସରକାରୀ ଡାକ୍ତର ଖାନା ଏବଂ ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା ଚଳା ଚଳ ହୋଇଥିବା ଖବର ଜଣାଯାଇଛି l ଖପ୍ରାଖୋଲ ବ୍ଲକ କଂଗ୍ରେସ କମିଟି ର ଦେବରାଜ ବାରିକ, ଗୋବିନ୍ଦ କଲେତ, ବୈବ ସୁତ ଦୀପ, ବରୁଣ ପୁଟେଲ,ବିନୋଦ ଧରୁଆ, ବଳରାମ ସୁନା, କୁଳମଣୀ ସୁନା, ତପେଶ୍ୱର ପଣ୍ଡା ଏବଂ ଜଗତ ରାମ ନାଗ ସମେତ ବହୁ କଂଗ୍ରେସ କର୍ମୀ ନେତୃତ୍ୱରେ ଖପ୍ରାଖୋଲ ବ୍ଲକର ଜୁରିଆ, ଧଣ୍ଡାମୁଣ୍ଡା,ଲାଠୋର ସହ ଗାଁ ଗୁଡିକରେ ବନ୍ଦ ପ୍ରଭାବ ଦେଖାଯାଇଥିବା ଜଣା ଯାଇଛି l ଆଜିର ୮ ତାରିଖ କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିଥିଲେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ତଥା ଯୁବନେତା ଅଜିତ ପୁରୋହିତ, ପିସିସି ସମ୍ପାଦକ ନରେନ୍ଦ୍ର ମେହେର, ଡିସିସି ସାଧାରଣ ସମ୍ପାଦକ ଦୟାନିଧି ମହାକୁଡ଼, କିଷାନ ସେଲ ଅଧ୍ୟକ୍ଷ ପତିତପାବନ ପଧାନ, ତ୍ରିଲୋଚନ ଧରୁଆ, ଦେବରାଜ ବାରିକ l ବିଜେପି ସରକାର ପ୍ରତି ଅତିଷ୍ଠ ହୋଇ ସାଧାରଣ ଜନତା ଗାରୁ ସହର ଯାଏ କଂଗ୍ରେସ ର ବନ୍ଦ ଡାକରା କୁ ଜୋରଦାର ସମର୍ଥନ ମିଳିଥିବା ସୂଚନାରୁ ଜଣା ପଡିଛି l ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଏହାର ଜବାବ ସାଧାରଣ ଜନତା ଦେବେ ବୋଲି ଖପ୍ରାଖୋଲ ବ୍ଲକ କଂଗ୍ରେସ କମିଟି ର ବରିଷ୍ଠ ସଭ୍ୟ ମାନେ ସୂଚନା ଦେଇଛନ୍ତି l
ଖପ୍ରାଖୋଳବ୍ଲକରେ କଂଗ୍ରେସର ବନ୍ଦ ଡାକରାକୁ ଜୋରଦାର ସମର୍ଥନ
















Leave a Reply