ଟିଟିଲାଗଡ଼ରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା , ସମ୍ପୂର୍ଣ ସଫଳ

ଟିଟିଲାଗଡ଼: କଂଗ୍ରେସ ନେତୃତ୍ୱ ଇଣ୍ଡିଆ ମେଣ୍ଟ ର ୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଆଜି ସାରା ଓଡିଶାରେ ଦେଖିବାକୁ ମିଳିଛି ! ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଠାରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ସ୍କୁଲ କଲେଜକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଯାନ ବାହାନ ଚଳା ଚଳ ସମ୍ପୂର୍ଣ ବନ୍ଦ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା. ୪ ଦଫା ଦାବି ନେଇ ଟିଟିଲାଗଡ଼ କଂଗ୍ରେସର କର୍ମୀ ମାନେ ଜାତୀୟ ରାଜପଥ ୫୯ ର ଉଭୟ ପାର୍ଶ୍ଵରେ ସରକାର ବିରୋଧୀ ନାରା ସହ ଭୋଟ ବଞ୍ଚାଓ,ସମ୍ବିଧାନ ବଞ୍ଚାଓ, ଦେଶ ବଞ୍ଚାଓ ର ନାରା ଦେଇଥିଲେ. ମୁଖ୍ୟ ଦାବି ଗୁଡିକ ମଧ୍ୟରୁ ଏମଏମଡିଆର ବିଲ ରଦ୍ଦ କରିବା ,ମୁଖ୍ୟ ନିର୍ବାଚନ କମିଶନ ଜ୍ଞନେସ କୁମାରଙ୍କ ଇସ୍ତଫା, ରାଜ୍ୟ ଗଣ ଶିକ୍ଷମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ .ଏହିମୁଖ୍ୟ ଦାବିଗୁଡିକୁ ନେଇ ଟିଟିଲାଗଡ଼ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ, ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ ଚେତାବନୀ ଦେଇଛନ୍ତି.ଆଜିର ଏହି ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ ସମୟରେ ପିସିସି ସଦସ୍ୟ ସୁମନ ବେହେରା ଡମ୍ବରୁ ଧର ଛାତ୍ରିଆ, ଦେବାନନ୍ଦ ସାହୁ, ନୀଳମଣି ସାହୁ, ବୁଦ୍ଧିଆ ବଛା, ଯ଼ୋନ 8 ସଭାପତି କୁନା ସାହୁ ଜୋନ 9 କେତନ ଯାନୀ 7 ଯ଼ୋନ ସଭାପତି ଲାଲୁ କୁମ୍ଭାର ଜିଲ୍ଲା ଜେନେରାଲ ସେକ୍ରେଟାରୀ ଜାଇସୀ ତାଣ୍ଡି , ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *