କଂଗ୍ରେସର ବନ୍ଦ ଡାକରା, କୋଟପାଡ଼ ସମ୍ପୂର୍ଣ୍ଣ ଠପ

କୋଟପାଡ଼: କଂଗ୍ରେସ ନେତୃତ୍ୱ ଇଣ୍ଡିଆ ମେଣ୍ଟ ର ୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଆଜି ସାରା ଓଡିଶାରେ ଦେଖିବାକୁ ମିଳିଛି ! ଏହି ପରିପ୍ରେକ୍ଷୀରେ କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ ଦୋକାନ ବଜାର, ସ୍କୁଲ କଲେଜକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଜାନ ବାହାନ ଚଳା ଚଳ ସମ୍ପୂର୍ଣ ବନ୍ଦ ବନ୍ଦ ରହିଥିବା ଦେଖିବାକୁ ମିଳିଛି ! ୪ ଦଫା ଦାବି ନେଇ କୋଟପାଡ଼ କଂଗ୍ରେସର କର୍ମୀ ମାନେ କୋଟପାଡ଼ର ପ୍ରବେଶ ଦ୍ୱାର ଅର୍ଥାତ ଜାତୀୟ ରାଜପଥ ୬୨ ର ଉଭୟ ପାର୍ଶ୍ଵରେ ସରକାର ବିରୋଧୀ ନାରା ସହ ଭୋଟ ବଞ୍ଚାଓ,ସମ୍ବିଧାନ ବଞ୍ଚାଓ, ଦେଶ ବଞ୍ଚାଓର ନାରା ଦେଇଥିଲେ ! ମୁଖ୍ୟ ଦାବି ଗୁଡିକ ମଧ୍ୟରୁ ଏମଏମଡିଆର ବିଲ ରଦ୍ଧ କରିବା ,ମୁଖ୍ୟ ନିର୍ବାଚନ କମିଶନ ଜ୍ଞନେସ କୁମାର ଙ୍କ ଇସ୍ତଫା, ରାଜ୍ୟ ଗଣ ଶିକ୍ଷମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ ଅଟେ ! ଏହିମୁଖ୍ୟ ଦାବିଗୁଡିକ ନେଇ କୋଟପାଡ଼ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ, ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ମଣି ପ୍ରସାଦ ପଟନାୟକ ଚେତାବନୀ ଦେଇଛନ୍ତି ! ଆଜିର ଏହି ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ଼ ଏନଏସି ଅଧକ୍ଷ ଏମ. ଶଙ୍କର ରାଓ,ମୀରା ଚାଲାଣ, ମନୋହର ବିଶୋଇ, ଘନ ବିଶୋଇ, ବାନାର୍ଜୀ ରାଓ, ଶୈଳେନ୍ଦ୍ର ମାଦଳା, ଗିରିଶ ପଟନାୟକ ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *