ତୃଣମୂଳ କଂଗ୍ରେସ ବିଧାୟକଙ୍କ କାର୍‌କୁ ଅଣ୍ଡାମାଡ଼

କଲକାତା: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ କୁନାଲ ଘୋଷଙ୍କ ଗାଡ଼ିକୁ ଶନିବାର ପଶ୍ଚିମବଙ୍ଗର ହୁଗୁଳି ଜିଲାରେ କେତେକ ବ୍ୟକ୍ତି ଅଣ୍ଡା ଓ ପଥର ମାଡ଼ କରିବା ସମୟର ଭିଡିଓ ସମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଶନିବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ରାଜନୈତିକ କାର୍ଯ୍ୟକ୍ରମ ସେରାମପୁରରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୁନାଲ ଯାଉଥିବା ବେଳେ ଉତ୍ତରପଡ଼ା ଅଞ୍ଚଳରେ କେତେକ ବ୍ୟକ୍ତି ତାଙ୍କ କାର୍‌କୁ ଅଟାଇବା ସହ ଅଣ୍ଡା ଓ ପଥର ମାଡ଼ କରିଥିଲେ। ପଥରମାଡ଼ରେ କାର୍‌ର କାଚ ଭାଙ୍ଗିରୁଜି ଯାଇଥିଲା। ଏହି ଆକ୍ରମଣକୁ କୁନାଲ ନିନ୍ଦା କରିବା ସହ ପଶ୍ଚିମବଙ୍ଗରେ ବର୍ତ୍ତମାନ ଗୁଣ୍ଡାରାଜ ଚାଲିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ କଲକାତା ପୁଲିସରେ ମାମଲା ରୁଜୁ କରିବେ ବୋଲି କୁନାଲ କହିଛନ୍ତି। ତାଙ୍କ ଗାଡ଼ି ଉପରେ ଅଣ୍ଡା ଓ ପଥର ମାଡ଼ କରାଯାଉଥିବା ବେଳେ ଘଟଣାସ୍ଥଳରେ କୌଣସି ପୁଲିସ କର୍ମଚାରୀ ଉପସ୍ଥିତ ନ ଥିବା ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *