ନ୍ୟୁୟର୍କ: ନ୍ୟୁୟର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଭାଷଣର କଡ଼ା ଜବାବ ଦେଇଛି ଭାରତ। ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟଲ୍ ଗେହଲଟ୍ ଆତଙ୍କବାଦ ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି। ଜାତିସଂଘରେ ପେଟଲ ଗେହଲଟ୍ ପାକିସ୍ତାନକୁ ଜବାବ ଦେଇ କହିଛନ୍ତି, ସାଧାରଣ ସଭାରେ ପାକିସ୍ତାନର ପ୍ରତିନିଧିଙ୍କ ମନ୍ତବ୍ୟ ଅଜବ ଲାଗୁଛି। ଯେତେବେଳେ ନ୍ୟୁୟର୍କ ସହର ଏବଂ ବିଶ୍ୱ ଭୟଙ୍କର ୯/୧୧ ଆତଙ୍କବାଦୀ ଆକ୍ରମଣର ୨୫ତମ ବାର୍ଷିକୀ ପାଳନ କରୁଛି। ସେତେବେଳେ ନିଜକୁ ପାକିସ୍ତାନ ସ୍ବଚ୍ଛ ବୋଲି କହୁଛି। ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓସାମା ବିନ୍ ଲାଡେନ୍ ପାକିସ୍ତାନୀ ସାମରିକ ବାହିନୀର ମୁଖ୍ୟ ଏକାଡେମୀ ପାଖରେ ରହୁଥିଲା, କିନ୍ତୁ ଶେହବାଜ ସରିଫଙ୍କ ଭାଷଣରେ ସେସବୁର ଉଲ୍ଲେଖ ନାହିଁ। ସେ କେବଳ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ପ୍ରଶଂସା କରିଛନ୍ତି।
ଶେହବାଜ ସରିଫଙ୍କ ଭାଷଣର କଡ଼ା ଜବାବ ଦେଲା ଭାରତ















Leave a Reply